Latest Odisha News

BREAKING NEWS

ଦିଲ୍ଲୀରେ ଓମିକ୍ରନ ଭୟ, ୧୫ଜଣ ସନ୍ଦିଗ୍ଧଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ନେଇ ବଢ଼ୁଛି ଚିନ୍ତା । କର୍ଣ୍ଣାଟକ, ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ଓମିକ୍ରନକୁ ନେଇ ବିପଦ ଦେଖିବାକୁ ମିଳିଛି । ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ପ୍ରକଟ ହୋଇଛି । ହାଇରିସ୍କ ଦେଶରୁ ଫେରିଥିବା ୧୫ଜଣ ଯାତ୍ରୀଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ନମୂନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ୪ରୁ ୫ଦିନ ମଧ୍ୟରେ ରିପୋର୍ଟ ଏହାର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏହି ୧୫ଜଣ ସନ୍ଦିଗ୍ଧ ରୋଗୀଙ୍କ ମଧ୍ୟରୁ ୯ଜଣଙ୍କଠାରେ କରୋନା ପଜିଟିଭ ମିଳିଛି । ଅନ୍ୟ ୬ଜଣଙ୍କଠାରେ ଗଳା ଦରଜ ଓ ଜ୍ୱର ପରି ଲକ୍ଷଣ ଦେଖାଦେଇଛି । ପୂର୍ବରୁ ଦିଲ୍ଲୀରେ ୧୨ଜଣ ସନ୍ଦିଗ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେ ସଂଖ୍ୟା ୧୫ରେ ପହଞ୍ଚିଛି । ହସ୍ପିଟାଲର ମେଡ଼ିକାଲ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ସମସ୍ତ ସନ୍ଦିଗ୍ଧ ଇଂଲଣ୍ଡରୁ ଫେରିଛନ୍ତି ।

ପୂର୍ବରୁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇଜ୍ରାଏଲକୁ କେନ୍ଦ୍ର ସରକାର ହାଇ ରିସ୍କ ତାଲିକାରେ ରଖିଛନ୍ତି । ଏହି ସ୍ଥାନରୁ ଫେରୁଥି ବା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ କରିବା ଜରୁରୀ । ଟେଷ୍ଟର ରିପୋର୍ଟ ଆସିବା ପରେ ହିଁ ଏମାନଙ୍କୁ ବିମାନବନ୍ଦରକୁ ଯିବାକୁ ଅନୁମତି ମିଳିବ ।

Leave A Reply

Your email address will not be published.