Latest Odisha News

BREAKING NEWS

୨୬/୧୧ର ଲୋମଟାଙ୍କୁରା କାହାଣୀ…

ନୂଆଦିଲ୍ଲୀ : ୨୦୦୮ ମସିହା ଆଜିର ଦିନ । ସମୟ ପ୍ରାୟ ସନ୍ଧ୍ୟା ହୋଇ ଆସୁଥାଏ  । ମୁମ୍ବାଇ ମାଟିରେ ପାଦ ରଖିଥିଲେ ୧୦ ଆତଙ୍କବାଦୀ । ଏମାନେ ସମୁଦ୍ର ପଥରେ ପାକିସ୍ତାନରୁ ଆସି ତାଜ ହୋଟେଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ସେଦିନର ସେହି ଘଟଣା , ଏତେ ଭୟଙ୍କର ଥିଲା ଯେ , ସାରା ଭାରତକୁ ଦୋହଲାଇ ଦେଇଥିଲା । ଆଜି ଏହି ଦିନକୁ ୧୫ବର୍ଷ ପୂରିଛି । ସବୁ ଭାରତୀୟଙ୍କ ପାଇଁ ଏହା ଏକ କଳାର ଦିନ । କେହି ଚାହିଁଲେ ମଧ୍ୟ ଏହାକୁ ଭୁଲିପାରିବେନାହିଁ ।

ନଭେମ୍ବର ୨୬ରୁ ୨୯ ୪ଦିନ ଧରି ଗୁଳିମାଡ ଓ ବୋମା ବିସ୍ଫୋରଣରେ ଥରି ଉଠିଥିଲା ପୁରା ମାୟାନଗରୀ ।  ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।

ଏହି ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୩ ଶହରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କବାଦୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ମୁମ୍ବାଇ ଆକ୍ରମଣ ଘଟଣା ପରେ ଭାରତର ତଟ୍ଟସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଭିତ୍ତିଭୂମି ଦୃଢ଼ କରିବାକୁ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ ।

Leave A Reply

Your email address will not be published.