Latest Odisha News

BREAKING NEWS

ତେଲେଙ୍ଗାନା: ଖାଇକୁ ଖସିଲା ବସ, ୪୫ରୁ ଅଧିକ ଯାତ୍ରୀ ମୃତ

ତେଲେଙ୍ଗାନା : ତେଲେଙ୍ଗାନର ଜଗତ୍ୟାଲ ଜିଲ୍ଲାରେ ଏକ ତୀର୍ଥ ଯାତ୍ରୀ ବସ ଖାଇ ତଳକୁ ଖସିବା ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ରାଜ୍ୟ ସଡକ ପରିବହନର ଏକ ବସ ତୀର୍ଥଯାତ୍ରୀ ମାନଙ୍କୁ ନେଇ କୋଣ୍ଡାଗାଟ୍ଟୁ ପାହାଡ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ଯାଇଥିଲା ଏବଂ ସେଠାରୁ ଫେରିବା ବେଳକୁ କୌଣସି କାରଣବଶତଃ ଗାଡିର ବ୍ରେକଫେଲ୍ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ଖାଇ ଭିତରକୁ ଖସିପଡିଥିଲା ।

ଏଥିସହିତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହାତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟପକ୍ଷରେ ୪୫ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହାତ ହୋଇଥିବା ନେଇ ଜଣାପଡିଛି ।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Leave A Reply

Your email address will not be published.