Latest Odisha News

BREAKING NEWS

ମୟୂରଭଞ୍ଜ ବିଜେପିରେ ଫାଟ, ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୂରଭଞ୍ଜ : ମୟୂରଭଞ୍ଜ ବିଜେପିରେ ଫାଟ । ବିଜେପିରୁ ଇସ୍ତଫା ଦେଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ସଭାପତି ତଥା ସ୍ଥାନୀୟ ନେତୃବୃନ୍ଦ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଜିଲ୍ଲା ପରିଷଦ ସଭାପତିଙ୍କ ମନମୁଖୀ କାର୍ଯ୍ୟ, ସ୍ବେଚ୍ଛାଚାରୀ ଶାସନ, ଜିଲ୍ଲା ପରିଷଦ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି । ଦଳୀୟ ବରିଷ୍ଠ ନେତା ଏ ସମ୍ବନ୍ଧରେ ଜାଣିଥିଲେ ମଧ୍ୟ ଚୁପ୍ ରହି ଅଧ୍ୟକ୍ଷାଙ୍କୁ ସମର୍ଥନ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ଗତ ୫ ବର୍ଷ ମଧ୍ୟରେ ଜିଲ୍ଲା ପରିଷଦ ତରଫରୁ କୌଣସି ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇନାହିଁ । ଏଣୁ ଭାରତୀୟ ଜନତା ପାର୍ଟି ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ସଭ୍ୟ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୬ଟି ଆସନରୁ ୪୯ଟି ଆସନ ଦଖଲ କରିଥିଲା ବିଜେପି ।

Leave A Reply

Your email address will not be published.