Latest Odisha News

BREAKING NEWS

ଓଡ଼ିଶାରେ ଲୁହାପଥର ଖନନ ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ ସାହାଯ୍ୟ କରିବ ଏନଏମଡିସି

ହାଇଦ୍ରାବାଦ : ଓଡ଼ିଶାରେ ଖଣି କାର୍ଯ୍ୟ ପୁନଃ ଆରମ୍ଭ ପାଇଁ ନୀଳାଚଳ ଇସ୍ପାତ ଲିମିଟେଡକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛି ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ ବା ଏନଏମଡିସି । ମିଥିରଡ଼ା ଖଣି ବ୍ଲକରେ ଏନଆଇଏନଏଲ ଲୁହାପଥର ଖଣି କାର୍ଯ୍ୟ ଆଜି ପୁଣି ଆରମ୍ଭ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

BjdElectrycity

ଏନଆଇଏନଏଲ ପକ୍ଷରୁ ଇସ୍ପାତ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଦୀପମଙ୍କ ତତ୍ତ୍ବାବଧାନରେ ଏନଏମଡିସିର ସହାୟତା ଲୋଡାଯାଇଥିଲା । ଓଡ଼ିଶାରେ ଉଚ୍ଚ ଶକ୍ତି ସମ୍ପନ୍ନ ଲୁହାପଥର ଯୋଗାଣରେ ସହାୟତା ଯୋଗାଇବା ପାଇଁ ଏନଏମଡିସିର ସହାୟତା ପାଇଁ ଏନଆଇଏନଏଲ ଏକ ଚୁକ୍ତି ସ୍ବାକ୍ଷର କରିଛି ।

ଏନଆଇଏନଏଲ, ଏନଏମଟିସି, ଇପିକଲ, ଓଏମସି, ଏନଏମଡିସି ଓ ଅନ୍ୟାନ୍ୟ ମିଳିତ ଉଦ୍ୟୋଗ କମ୍ପାନୀ ଗୁଡିକ ଓଡ଼ିଶାର ଯାଜପୁରସ୍ଥିତ ଡୁବୁରୀରେ ୧.୧ ଟିପିଏ ଇଣ୍ଟିଗ୍ରେଟେଡ୍ ଷ୍ଟଲ୍ ପ୍ଲାଣ୍ଟ ସ୍ଥାପନ କରିଛି । ଜାନୁଆରୀ ୨୦୧୭ରେ କମ୍ପାନୀ ଲୁହାପଥର ଉତ୍ପାଦନ ପାଇଁ ଖଣି ଲିଜ୍ ହାସଲ କରିଥିଲା । ରାଜ୍ୟରେ ଲୁହାପଥର ଉତ୍ପାଦନକୁ ବୃଦ୍ଧି କରିବା ଏବଂ କମ୍ପାନୀର ଖର୍ଚ୍ଚ ତୁଲାଇବା ପାଇଁ ଏନଆଇଏନଏଲ ୨ ବର୍ଷ ପାଇଁ ବର୍ଷକୁ ୧ ମିଲିୟନ ଟନ୍ ଲୁହାପଥର ବିକ୍ରୟ ପାଇଁ ଅନୁମତି ପାଇଛି । ଏନଏମଡିସି ସିଏମଡି ସୁମିତ ଦେବ କହିଛନ୍ତି, ଏନଆଇଏନଏଲ ଦ୍ବାରା ଲୁହାପଥର ଖଣି ଖନନ କେବଳ ରାଜ୍ୟରେ ଖଣି ଅଭାବକୁ ହ୍ରାସ କରିବ ତାହା ନୁହେଁ, ବରଂ ଏନଆଇଏନଏଲ ସମ୍ମୁଖୀନ ହେଉଥିବା ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବାରେ ସହାୟକ ହେବ ।

Leave A Reply

Your email address will not be published.