ବ୍ରହ୍ମପୁର: ଅନ୍ ଲାଇନ୍ରେ ଟଙ୍କା ପଠାଇ କାରବାର କରି ଜଣେ ବ୍ୟବସାୟୀ ଠକେଇର ଶିକାର ହୋଇଛନ୍ତି। ବ୍ରହ୍ମପୁର ସହର ଆସିକା ରୋଡରେ ଥିବା ମହାବୀର ଟ୍ରେଡିଂ କୋ ମାଲିକ ୧୫ଲକ୍ଷ ୬୮ହଜାର ଟଙ୍କାର ଠକେଇ ହୋଇଥିବା ନେଇ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ମହାରାଷ୍ଟ୍ରର ଏକ ସଂସ୍ଥା ତାଙ୍କୁ ପାଇପ୍ ଯୋଗାଇବାକୁ ଟଙ୍କା ନେଇଥିଲା। କିନ୍ତୁ ଟଙ୍କା ପଠାଇବା ପରେ ପାଇପ୍ ପଠାଉ ନାହିଁ କିମ୍ବା ଟଙ୍କା ଫେରସ୍ତ କରୁନାହିଁ। ଏନେଇ ମାଲିକ ସୁମନ୍ତ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ସୁମନ୍ତ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଡିଆଇ(ଡକଟିଲ୍ ଆଇରନ୍) ପାଇପ ଯୋଗାଉଛନ୍ତି। ଠିକାଦାର ମାନେ ଅଧିକ ଡିଆଇ ପାଇପ ଆବଶ୍ୟକ ଥିବା କହିବାରୁ ସୁମନ୍ତ ଅନଲାଇରେ କିଛି ସଂସ୍ଥା ସହ ଆଲୋଚନା କରିଥିଲେ। ୨୦୧୮ ଅଗଷ୍ଟ ୨୧ ତାରିଖରେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଏମ୍ଏସ୍ ସେବା କର୍ପୋରେସନ୍ର ପ୍ରୋପାଇଟର ମନୋହର କନ୍ଦ ଡିଆଇ ପାଇପ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସୁମନ୍ତ ତାଙ୍କ କଥାରେ ରାଜି ହୋଇ ଅନ୍ଲାଇନ୍ରେ ଟଙ୍କା ପଠାଇଥିଲେ। ପର୍ଯ୍ୟାୟକ୍ରମେ ମନୋହରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୫ଲକ୍ଷ ଟଙ୍କା ପଠାଇଥିଲେ। ମନୋହର ମଧ୍ୟ ୧୯ଲକ୍ଷ ୩୪ ହଜାର ଟଙ୍କାର ଡିଆଇ ପାଇପ୍ ସୁମନ୍ତଙ୍କ ପାଖକୁ ପଠାଇଥିଲେ। କିନ୍ତୁ ବଳକା ୧୫ଲକ୍ଷ ୬୮ହଜାର ଟଙ୍କାର ପାଇପ୍ ସେ ପଠାଇନଥିଲେ। ବାରମ୍ବାର ଯୋଗାଯୋଗ କରିବା ପରେ ସୁମନ୍ତ ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଥିବା ମନୋହରଙ୍କ ଅଫିସ୍ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ୧୫ଲକ୍ଷ ୬୮ହଜାର ଟଙ୍କାର ୫ଟି ଚେକ୍ ଦେଇଥିଲେ ମନୋହର। ସେ ବ୍ରହ୍ମପୁର ଆସି ଉକ୍ତ ଚେକ୍ ବ୍ୟାଙ୍କରେ ଜମା କରିଥିଲେ। ୨୦୧୯ ଅଗଷ୍ଟ ୩ତାରିଖରେ ସେହି ଚେକ୍ ବାଉନ୍ସ ହୋଇଯାଇଥିଲା। ସେହି ଆକାଉଣ୍ଟରେ ଷ୍ଟପ୍ ପେମେଣ୍ଟ କରାଯାଇଥିବାରୁ ଚେକ୍ ବାଉନ୍ମ ହୋଇଥିବା ଜାଣିବାକୁ ପାଇଥିଲେ ସୁମନ୍ତ। ସେ ପୁଣି ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଥିବା ସେହି ଅଫିସକୁ ଯାଇଥିଲେ। କିନ୍ତୁ ସେଠାରେ ତାଲା ପଡିଥିଲା ଏବଂ କେହି ନଥିଲେ। ଫେରିବା ପରେ ବାରମ୍ବାର ଫୋରେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ମନୋହର ଧରାଛୁଆଁ ଦେଇନଥିଲେ। ଶେଷରେ ଏନେଇ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି।
BREAKING NEWS
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଭୁବନେଶ୍ୱରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ: କାର୍ରୁ ୫୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
- ହର୍ଷିତଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ରମେଶ
- ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣ: ଡାକ୍ତର ଉମର ନବୀ ଥିଲା ମାଷ୍ଟରମାଇଣ୍ଡ, ୭୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ
- ଅଷ୍ଟ୍ରେଲିଆ ଏ ବିପକ୍ଷ ସିରିଜ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା: ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ
- ବାପର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ
- ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା, ଆଉ ତାପରେ..
- ଦୁଲୀପ ଟ୍ରଫି ଫାଇନାଲ : ୫୮୪ ରନ୍ର ବିଶାଳ ଅଗ୍ରଣୀ ସହ ବିଜୟ ଦ୍ୱାରଦେଶରେ ଇଷ୍ଟ ଜୋନ
- ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ ପରିସରକୁ BCCI ଏବଂ ରାଜ୍ୟ ସଂଘଗୁଡ଼ିକ କାହିଁକି ଆସିବେ ନାହିଁ: ସୁପ୍ରିମକୋର୍ଟ

Comments are closed.