ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ନିୟୋଜିତ ହେବେ ୧୫୦ ସେବାୟତ । ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ୫୦ ଜଣ ଲେଖାଏଁ ସେବାୟତ ପହଣ୍ଡି କରିବେ। ସେହିପରି ଦେବୀ ସୁଭଦ୍ରାଙ୍କୁ ୩୦ ଜଣ ଓ ସୁଦର୍ଶନଙ୍କୁ ୨୦ ଜଣ ସେବାୟତ ପହଣ୍ଡିରେ ଆଣିବେ। ଏନେଇ ଦଇତାପତି ବିନାୟକ ଦାସ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଦଇତାପତି ଏକ ଗୋଷ୍ଠୀଗତ ସେବା। ଏଥିରେ ସର୍ବନିମ୍ନର ସ୍ଥାନ ନାହିଁ। ମହାପ୍ରଭୁଙ୍କ ପହଣ୍ଡିରେ ୧୫୦ ଜଣ ସେବାୟତ ରହିବେ। ସେମାନେ ସମସ୍ତେ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ।
Comments are closed.