Latest Odisha News

BREAKING NEWS

ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ମନା କଲେ କଟକ ମଦ ଦୋକାନୀ ମାଲିକ

କଟକ: ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିରୋଧ । କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ମନା କରିଛନ୍ତି । କଟକ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, ଆମେ ଅନ୍‌ଲାଇ ମଦ ବିକ୍ରିକୁ ବିରୋଧ କରୁନାହୁଁ, ମାତ୍ର ଅନ୍‌ଲାଇ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ।

ଅନଲାଇନରେ ମଦ ବିକିଲେ ବ୍ୟବସାୟୀମାନଙ୍କର ମାସିକ ଗ୍ୟାରେଣ୍ଟି କୋଟା ପୂରଣ ହେବ ନାହିଁ । ମାସିକ ଗ୍ୟାରେଣ୍ଟି କୋଟା ନିୟମ ଅନୁସାରେ ବ୍ୟବସାୟୀମାନେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରି କରିବାକୁ ବାଧ୍ୟ । ସେତିକି ପରିମାଣର ମଦ ବିକ୍ରି କରିନପାରିଲେ ମଦ ବ୍ୟବସାୟୀଙ୍କୁ ଜରିମନା ଦେବାକୁ ପଡେ ।

ତେଣୁ ବ୍ୟବସାୟୀମାନଙ୍କ କହିବା ଅନୁସାରେ କେବଳ ଅନଲାଇନରେ ମଦ ବିକିଲେ ମାସିକ କୋଟା ପୁରଣ ହେବ ନାହିଁ । ଏହା ଦ୍ବାରା ମଦ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ କହିଛି । ତେଣୁ ଅନଲାଇନ ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି ପାଇଁ ସରକାର ଅନୁମତି ଦେବା ପାଇଁ ବ୍ୟବସାୟୀ ସଂଘ ଦାବି କରିଛି । ଏହା ନହେଲେ କଟକରେ ବ୍ୟବସାୟୀମାନେ ମଦ ବିକିବେ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜିଠାରୁ ରାଜ୍ୟରେ ଅନଲାଇନରେ ମଦ ମିଳିବ  । ଅର୍ଥାତ୍ ଅନଲାଇନରେ ଅର୍ଡର କରିବେ ଗ୍ରାହକ, ଆଉ ଘରେ ଆସି ମଦ ପହଁଚିଯିବ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ନିଜେ ହୋମ ଡେଲିଭରୀ କରିବେ, ନହେଲେ ଜମାଟୋ ଓ ସ୍ୱିଗି ଭଳି ଅନଲାଇନରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଜରିଆରେ ଯୋଗାଇ ପାରିବେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ଭଳି ସହରରେ ଜମାଟୋ ହୋମ ଡେଲିଭରି ଦେଇପାରିବ । ସେହିପରି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ହୋମଡେଲିଭରି ଦେଇପାରିବ ।

Leave A Reply

Your email address will not be published.