Latest Odisha News

ରାଜ୍ୟରେ ୫ ବର୍ଷରେ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବ

ଭୁବନେଶ୍ବର: ୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ନିର୍ମାଣ ହେବ । ଏଥିରେ ମୋଟ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ସଡ଼କ ନିର୍ମାଣ କରାଯିବ । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି ।

ଏହା ସହିତ, ବିଭାଗ ପକ୍ଷରୁ ୫,୭୫୩ କିଲୋମିଟର ଜାତୀୟ ରାଜପଥର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ବିବରଣୀ ପ୍ରସ୍ତୁତ କରାଯାଇଛି ।

ଏହା ବ୍ୟତୀତ, ପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକାରର ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛି ଯେଉଁଥିରେ ରାଜ୍ୟ ରାଜପଥର ୪,୧୧୨ କିଲୋମିଟର, ପ୍ରମୁଖ ଜିଲ୍ଲା ରାସ୍ତାର ୨,୬୩୨ କିଲୋମିଟର, ଅନ୍ୟାନ୍ୟ ଜିଲ୍ଲା ରାସ୍ତାର ୨୨,୮୬୬ କିଲୋମିଟର ରାସ୍ତା ରହିଛି । ଏଭଳି ମୋଟ ୨୯,୬୧୦ କିଲୋମିଟର ସଡ଼କ ନିର୍ମାଣ କରାଯିବ ।

ତେବେ ରାଜଧାନୀରେ ବୃଦ୍ଧି ପାଉଥିବା ଟ୍ରାଫିକ ସମସ୍ୟା ହ୍ରାସ କରିବା ଓ ଭିତ୍ତିଭୂମିର ପ୍ରମୁଖ ଉନ୍ନତିକରଣ ପାଇଁ ଯୋଜନା କରୁଛନ୍ତି ସରକାର । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଉଚ୍ଚ କରିଡର ନିର୍ମାଣ, ବାରଙ୍ଗାରୁ ପଟିଆ ଷ୍ଟେସନ ଛକ ଦେଇ ଜଟଣୀ ପର୍ଯ୍ୟନ୍ତ କେନାଲ ରୋଡର ଉନ୍ନତି, ଏନଏଚ-୧୬ ଏବଂ ସୁଆଙ୍ଗ ଗ୍ରାମ ଅନ୍ତର୍ଭୁକ୍ତ ।

ସେହିପରି, କଳ୍ପନା ସ୍କୋୟାର ଏବଂ ମ୍ୟୁଜିୟମ୍ ସ୍କୋୟାରରେ ଫ୍ଲାଏଓଭର ନିର୍ମାଣ । ଶିଶୁ ଭବନରୁ ମ୍ୟୁଜିୟମ ସ୍କୋୟାର ପର୍ଯ୍ୟନ୍ତ ଏକ ଆରଓବି ନିର୍ମାଣ, ଏଜି ସ୍କୋୟାରରେ ଅଣ୍ଡରପାସ୍ ନିର୍ମାଣ, କଳାରାହାଙ୍ଗରୁ ବାରିମୁଣ୍ଡ ଏବଂ ଗୁରୁ କେଳୁଚରଣ ପାର୍କରୁ ଫୁଲନଖରା ପର୍ଯ୍ୟନ୍ତ ଏକ ନୂତନ ରେଳ ଓଭର ବ୍ରିଜ୍ ସହିତ ରାସ୍ତା ନିର୍ମାଣ, ଭିତର ଏବଂ ବାହ୍ୟ ରିଙ୍ଗ ରୋଡ୍ ନିର୍ମାଣ ଯୋଜନାର ଅଂଶ । ଏଥିପାଇଁ ମୋଟ ବଜେଟ୍ ୧୨,୪୪୮ କୋଟି ୪୩ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହେବ ।

Comments are closed.