Latest Odisha News

BREAKING NEWS

ବାତ୍ୟା ‘ଅମ୍ଫାନ’ ଯୋଗୁଁ ନଷ୍ଟ ହୋଇଛି ୧୫୧ କି.ମି ଗ୍ରାମ୍ୟ ରାସ୍ତା

ଭୁବନେଶ୍ୱର: ଆସିଲା ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ରିପୋର୍ଟ । ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାର ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଂକାର ପାଣ୍ଠି ଆବଶ୍ୟକ । ସେହିପରି ରାସ୍ତାରେ ପଡିଥିବା ଗଛ ସଫା କରିବା ପାଇଁ ୫୦ ଲକ୍ଷ ୯୨ ହଜାର ଟଙ୍କାର ଆବଶ୍ୟକ ରହିଛି । ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବଙ୍କୁ ଏନେଇ ଚିଫ୍ ଇଂଜିନିୟର୍ସ ରୁରାଲ୍ ୱାର୍କକୁ ଚିଠି ଲେଖିଛନ୍ତି ।

ରାଜ୍ୟରେ ସାମୁଦ୍ରିକ ଝଡ ଅମ୍ଫାନର କ୍ଷୟକ୍ଷତିର ଆକଳନ ପାଇଁ ଗତକାଲି ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଥିଲେ ।

ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସହାୟତା ରାଶି ଘୋଷଣା କରିଥିଲେ । ତେବେ ମୋଦୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ ।

Leave A Reply

Your email address will not be published.