Latest Odisha News

BREAKING NEWS

ଥାନା ଭିତରେ ଯୁବକଙ୍କୁ ମାଡ଼ ଘଟଣା: ନିଲମ୍ବିତ ହେଲେ ମହିଳା ପୋଲିସ ଅଧିକାରୀ

କଟକ: ଥାନା ଭିତରେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଶନିବାର ଦିନ ପୋଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

ଏହି ମହିଳା ଆଇଆଇସି ଜଣକଙ୍କ ଏପରି କାର୍ଯ୍ୟ ଯୋଗୁଁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ନେଇ ଡିଜିପି ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।

ଥାନା ମଧ୍ୟରେ ଏହି ମାଡ଼ମରା ଘଟଣାଟିର ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଉକ୍ତ ଭିଡିଓରେ ପାଟନା ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନା ଅନ୍ୟ ପୋଲିସଙ୍କ ଉପସ୍ଥିତିରେ ଜଣ ଯୁବକଙ୍କୁ ବାଡିରେ ମାଡ଼ ମାରୁଥିବା ଦୃଶ୍ୟ ରହିଥିଲା ।

ସମ୍ପୃକ୍ତ ଯୁବକ ଜଣକ ପାଟନା ନିକଟ ତାଳସାରୁଆ ଗାଁର ରାଜୁ ମହନ୍ତ ।  ଜମି ବିବାଦ ମାମଲାରେ ରାଜୁ ଏବଂ ଅନ୍ୟ ତିନିଜଣଙ୍କୁ ଥାନାକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଯୁବକଙ୍କୁ କୋର୍ଟକୁ ନିଆଯିବା ପୂର୍ବରୁ ପୋଲିସ ଅଧିକାରୀ ତାଙ୍କୁ ମାଡ଼ ମାରିଥିଲେ ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଘାଟଗାଁ ଏସଡିପିଓଙ୍କୁ ଏହି ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଥାନା ମଧ୍ୟରେ ଏହି ମାଡ଼ମରା ଘଟଣାଟିର ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

ଏପରିକି ଏହି ଘଟଣାର ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ମେ ୧୯ ତାରିଖରେ ଏହି ଘଟଣାର ସଠିକ୍ ତଦନ୍ତ କରିବାକୁ ଜିଲ୍ଲା ଏସପିଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଘଟଣା ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ଥାନା ଆଇଆଇସିଙ୍କୁ ନିଦେ୍ର୍ଧଶ ମଧ୍ୟ ରହିଥିଲା ।

 

Leave A Reply

Your email address will not be published.