Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର

କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଥିବା ଖବର ଆସିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି।

ରାସ୍ତାରେ କିଛି ଗୋରୁ ଶୋଇଥିବାବେଳେ ଦ୍ରୁତ ଗତି ଯାଉଥିବା ଏକ ଘରୋଇ ବସ୍ ଚଢିଯାଇଛି। ଫଳରେ ୧୬ ଗୋରୁଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଗୋରୁ ଗୁରୁତର ରହିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି।

ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରାଜରାସ୍ତାରେ ପଡିରହିଛି। ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକମାନେ ଉଦ୍ୟମ ଜାରି ରଖିଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.