ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଜଳଭଣ୍ଡାରରୁ କ୍ରମାଗତ ଭାବେ ପର୍ଯ୍ୟାୟ କ୍ରମେ ଗେଟ୍ଗୁଡ଼ିକ ଖୋଲାଯାଉଛି। ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ଅପରାହ୍ଣରେ ପୁଣି ଦୁଇଟି ଗେଟ୍ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ମୋଟ୍ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।
ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲା ଯାଇପାରେ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲାଯାଇଛି । ତେଣୁ ମହାନଦୀରେ ବନ୍ୟା ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ଥିବାରୁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
Comments are closed.