Latest Odisha News

BREAKING NEWS

ଆଜି କରୋନା ନେଲା ଆଉ ୧୬ ଜୀବନ

ପୁରୀ: ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କୋରାପୁଟରୁ ୩ ଜଣ, ପୁରୀରୁ ୩ ଜଣ, ଯାଜପୁରରୁ ଜଣେ, ଜଗତସିଂହପୁରରୁ ଜଣେ, କଟକରୁ ଜଣେ, ମୟୂରଭଂଜରୁ ଜଣେ, ବାଲେଶ୍ୱରରୁ ଜଣେ, ଯାଜପୁରରୁ ଜଣେ ଓ ବଲାଙ୍ଗିରୁ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.