Latest Odisha News

BREAKING NEWS

ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର

କୋଲକାତା: କୋଲକାତା ନାଇଟ ରାଇଡର୍ସ ଆଘାତପ୍ରାପ୍ତ ମୁଜୀବ ଉର ରହେମାନଙ୍କ ବଦଳରେ ୧୬ ବର୍ଷୀୟ ଯୁବ ବୋଲର ଆଲ୍ଲାହ ଗଜନଫରଙ୍କୁ ସାମିଲ କରିଛି । ଆଲ୍ଲାହ ଆଫଗାନିସ୍ତାନର ଉଦୀୟମାନ ସ୍ପିନର ଅଟନ୍ତି । ସେହିପରି ରାଜସ୍ଥାନ ରୟାଲ୍ସ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି । କେଶବଙ୍କ ଏହା ପ୍ରଥମ ଆଇପିଏଲ ହେବ । ୩୪ ବର୍ଷୀୟ ଏହି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ୫୦ ଟେଷ୍ଟ, ୪୪ ଦିନିକିଆ ଓ ୨୭ ଟି୨୦ ମ୍ୟାଚ ଖେଳିଛନ୍ତି । କେଶବ ଶ୍ରୀରାମଙ୍କ ଭକ୍ତ ହୋଇଥିବାରୁ ଅଯୋଧ୍ୟା ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ।

ଏସଏ ଟି୨୦ରେ କେଶବଙ୍କ ନେତୃତ୍ୱରେ ଡର୍ବାନ ସୁପର ଜ୍ୟାଂଟସ ଫାଇନାଲରେ ପ୍ରବେଶ କରିଥିଲା । ଗଜନଫରଙ୍କୁ ବେସ ପ୍ରାଇସ ୨୦ ଲକ୍ଷରେ କେକେଆର ନେଇଛି । ସେ ଆଫଗାନିସ୍ତାନ ପକ୍ଷରୁ ୨ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି । କମ ମ୍ୟାଚ ଖେଳିଥିଲେ ମଧ୍ୟ ଏହି ଯୁବ ସ୍ପିନର ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି ।

Leave A Reply

Your email address will not be published.