ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଉଡଗୁଡା ଛକ ନିକଟରେ ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ପ୍ରାୟ ୧୬୫ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରଞ୍ଜିତ ସିକଦର୍ (୩୦) ଏବଂ ସୁବାସ ଖରା (୩୭) । ଉଭୟ ମାଲକାନଗିରି ଜିଲ୍ଲାର ବାସିନ୍ଦା ବୋଲି ସୁତ୍ରରୁ ପ୍ରକାଶ ।
ମିଳିଥିବା ସୂଚନାନୁଯାୟୀ ମୁଦୁଲିପଡା ପୋଲିସ ପକ୍ଷରୁ ସ୍ଥାନୀୟ ଗଉଡଗୁଡା ଛକ ନିକଟ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଜବତ କରାଯାଇଛି । ଏହାବ୍ୟତୀତ ଗୋଟିଏ ମାରୁତି ସେଲେରିଓ ଗାଡି ଓ ୩ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି।
ଅପରପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ବୁଧବାର ଦିନ କୋର୍ଟ ପଠାଯିବ ବୋଲି ଜଣାପଡିଛି ।
Comments are closed.