Latest Odisha News

BREAKING NEWS

ବିଶ୍ୱକପ୍ ପରେ କ୍ରିକେଟରୁ ଅବସର ନେବେ ଧୋନୀ !

ଲଣ୍ଡନ: କ୍ରିକେଟରୁ ଅବସର ନେବେ ମହେନ୍ଦ୍ର ସିଂହ ଧୋନୀ ! ଚଳିତ ବିଶ୍ୱକପର ଭାରତର ଶେଷ ମ୍ୟାଚ ଖେଳି ଧୋନୀ କ୍ରିକେଟରୁ ସବୁଦିନ ଅବସର ନେବା ସମ୍ପର୍କରେ ପିଟିଆଇରେ ପ୍ରକାଶିତ ହୋଇଛି ।

ଭାରତ ଯଦି ଜୁଲାଇ ୧୪ରେ ଲର୍ଡସଠାରେ ହେବାକୁ ଥିବା ଫାଇନାଲ୍ ଖେଳି ବିଶ୍ୱକପ ବିଜୟୀ ହୁଏ ତେବେ ଏହା ଧୋନୀଙ୍କ ଲାଗି ଅଧିକ ସ୍ମରଣୀୟ ହୋଇପାରିବ ।

“ଆପଣ ଧୋନୀଙ୍କୁ ଜାଣିନାହାନ୍ତି । ଅବଶ୍ୟ ବିଶ୍ୱକପ ପରେ ଧୋନୀ ଭାରତ ଲାଗି ଆଉ କ୍ରିକେଟ ନ’ଖେଳିପାରନ୍ତି । ହୁଏତ ଧୋନୀ ତାଙ୍କ ତରଫରୁ ବିଶ୍ୱକପ ପରେ ଅବ୍ୟାହତି ନେଇପାରନ୍ତି । ତିନିଟି ଫର୍ମାଟରେ ଧୋନୀଙ୍କୁ ଅଧିନାୟକ ପଦବୀରୁ ଅବ୍ୟାହତି ଦିଆ ଯାଇଥିଲା, ତେଣୁ ଏହି ପରିପ୍ରେକ୍ଷୀରେ କ’ଣ ହେବ ତାହା କହିବା ଅସମ୍ଭବ,” ବୋଲି କହିଛନ୍ତି ବିସିସିଆଇ ର ଜଣେ ବରିଷ୍ଠ କର୍ମକର୍ତ୍ତା ।

ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିସିସିଆଇର ଚୟନ କମିଟିରେ ପରିବର୍ତ୍ତନ ହେବାର ରହିଛି । ଏସମ୍ପର୍କରେ ବିସିସିଆଇ କ’ଣ ନିଷ୍ପତ୍ତି ଗ୍ରହଣ କରିବ ତାହା ସୂଚନା ମିଳିନାହିଁ ।

ଏବେ ଭାରତୀୟ ଦଳ ବିଶ୍ୱକପର ସେମିଫାଇନାଲ୍ ଖେଳିବାକୁ ଯାଉଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ନା ଦଳର ପରିଚାଳନା କମିଟି କି ବିସିସିଆଇ କିଛି ନିଷ୍ପତ୍ତି ନେଇ ପାରୁନାହାନ୍ତି ।

ଚଳିତ ବିଶ୍ୱକପରେ ଧୋନୀ ଖେଳିଥିବା ୭ଟି ମ୍ୟାଚରୁ ୯୩ର ଷ୍ଟ୍ରାଇକ୍ ରେଟ୍ ସହିତ ମୋଟ ୨୨୩ ରନ ହାସଲ କରିଛନ୍ତି । ଏହା ମନ୍ଦ ହୋଇନ’ଥିଲେ ମଧ୍ୟ ଅତି ଉତ୍ତମ ପ୍ରଦର୍ଶନ ନୁହେଁ । ଧୋନୀ ଜଣେ ସଫଳ ଫିନିଶର୍ ଭାବେ ଭାରତ ଲାଗି ସର୍ବାଧିକ ମ୍ୟାଚ ଜିତାଇଛନ୍ତି ।

ଏହି ପୂର୍ବତନ ଭାରତୀୟ ଅଧିନାୟକ ଏହିପରି ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେବାକୁ ଗମ୍ଭୀର ଭାବେ ଗ୍ରହଣ କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଏବଂ ପୂର୍ବ କପ୍ତାନ ସୌରଭ ଗାଙ୍ଗୁଲୀ । ଏହିପରି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ବିସିସିଆଇ କ’ଣ ନିଷ୍ପତ୍ତି ଗ୍ରହଣ କରିବେ ତାହା ସେମାନେ ଭଲଭାବେ ଜାଣନ୍ତି ବୋଲି ଏହି ଦୁଇ ମହାନ କ୍ରିକେଟର୍ ମନ୍ତବ୍ୟ ଦେଇଛନ୍ତି ।

ଏବେ ବିସିସିଆଇର ରହିଥିବା ଚୟନ କମିଟି ଅକ୍ଟୋବର ପର୍ଯ୍ୟନ୍ତ ରହିଛି । ତାହାପରେ ନୂତନ କମିଟି ହିଁ ଟି-ଟ୍ୱେଣ୍ଟି ବିଶ୍ୱକପ ଲାଗି ଖେଳାଳି ଚୟନ କରିବାର ସମ୍ଭାବନା ରହିଛି । ତେଣୁ ସେହିସମୟରେ ଦଳରେ ଅନେକ ପରିବର୍ତ୍ତନ ହୋଇପାରେ ।

Leave A Reply

Your email address will not be published.