Latest Odisha News

BREAKING NEWS

ଚାଷୀଙ୍କ ଲାଗି ଖୁସି ଖବର, ଧାନ ସମେତ ୧୪ଟି ଶସ୍ୟ ଉପରେ ବୃଦ୍ଧି ହେଲା ଏମଏସପି

ନୂଆଦିଲ୍ଲୀ: ବାର୍ଷିକ ବଜେଟ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ରସରକାର କୃଷକମାନଙ୍କୁ ଦେଇଛନ୍ତି ବଡ଼ ଉପହାର । କେନ୍ଦ୍ର କ୍ୟାବିନେଟରେ ଖରିଫ  ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ରର ମୋଦୀ ସରକାର ।

କେନ୍ଦ୍ର ସରକାର ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଏହି ୧୪ଟି ଶସ୍ୟର ଏମଏସପି ବୃଦ୍ଧି ପ୍ରସ୍ତାବ ଅନୁମୋଦନ କରିଛନ୍ତି ।

ଯେଉଁ ସବୁ ଖରିଫ ଋତୁ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ଧାନ, ମକା, ବାଜରା, ମୁଗ, ଏବଂ ଡ଼ାଲି ଜାତୀୟ ଶଷ୍ୟ । ଧାନର ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୮୫ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ୍ ଏବେ ଧାନର ମୂଲ୍ୟ ୧୮୩୫ ଟଙ୍କା ହୋଇଛି । କେନ୍ଦ୍ରର ମୋଦୀ ସରକାର ୨୦୧୮ରେ ପ୍ରଥମଥର ଲାଗି ଧାନର ଏମଏସପି ବୃଦ୍ଧି କରିଥିଲେ । ସରକାରଙ୍କ ଏହି ପଦକ୍ଷେପରେ କୋଟି କୋଟି କୃଷକ ଉପକୃତ ହୋଇପାରିବେ ।

ସେହିପରି ସୋୟାବିନର ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୩୧୧ ବୃଦ୍ଧି ହୋଇଥିବା ବେଳେ ସୂର୍ଯ୍ୟମୂଖୀର ଦାମ୍ ୨୬୨ ରହିଛି । ହରଡ଼ ଡ଼ାଲି ୧୨୫ ଟଙ୍କାକୁ ବୃଦ୍ଧି ପାଇଛି, ଏହାର ଦାମ ୫୮୦୦କୁ ବୃଦ୍ଧି ପାଇଛି । ମୁଗର ଏମଏସପି କ୍ୱିଣ୍ଟାଲ୍ ପିଛା ୭୫ ଟଙ୍କା ବୃଦ୍ଧି କରାଯାଇ ୭୦୫୦ ଦାମ ରହିଛି ।

ଅନ୍ୟ ଖାଦ୍ୟ ଶଷ୍ୟ ମଧ୍ୟରେ ବିରି ଦର କ୍ୱିଣ୍ଟାଲ୍ ପିଛା ୧୦୦ ଟଙ୍କା ବୃଦ୍ଧି କରାଯାଇଛି । ସୂର୍ଯ୍ୟମୁଖୀ ଏମଏସପି କ୍ୱିଣ୍ଟାଲ୍ ପିଛା ୨୬୨କୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.