ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ବ୍ୟାସ କବି ଫକୀରମୋହନ ଭବନ ଆନୁକୂଲ୍ୟରେ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି।
ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ବାର୍ତ୍ତା ସହ ପ୍ରଭାତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ପଣ୍ଡିତ ଦାଶରଥି ସାମନ୍ତରାୟଙ୍କ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ ପ୍ରବଚନ ଦେଇ ପ୍ରଭୁଙ୍କ ବିଷୟରେ ଶାସ୍ତ୍ରୀୟ ମତ ଓ ଲୋକ କଥା ବିଷୟରେ ବହୁ ରୋଚକ ତଥ୍ୟ ପ୍ରଦାନ କରିଥିଲେ । ଦାମୋଦର ସେନାପତି ଓ ମଧୁସ୍ମିତା ଦାସ ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରିଥିଲେ ।
ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ନାରାୟଣ ମହାପାତ୍ର, ଆରତୀ କର, ହର ପ୍ରସନ୍ନ ଦାସ, ଅଜୟ ହରିଚନ୍ଦନ ଶ୍ରୀ ଅଖିଳ କୁମାର ସାହୁ, ସଞ୍ଚିତା ମହାନ୍ତି , ବାବାଜୀ ବିଶ୍ଵାଳ, କାମେଶ୍ୱର୍ ରାଓ, ଦୁର୍ଯୋଧନ ସାହୁ, ହରପ୍ରିୟା ପାତ୍ର, ଗାନ୍ଧୀ ଚୌଧୁରୀ, ହରପ୍ରିୟା ବେହେରା, ନିବେଦିତା ଭଞ୍ଜ , ଉଷା ମିଶ୍ର , ସୁଲୋଚନା ଚାନ୍ଦ , ଗୌରାଙ୍ଗ ନାୟକ, ଶରତ କୁମାର ବଳ, କଲ୍ୟାଣ ପତି, ତନୁଶ୍ରୀ ଜେନା , ଗିରିଜା ଶଙ୍କର ମହାପାତ୍ର, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ବିମ୍ବାଧର ପଣ୍ଡା, ମଙ୍ଗରାଜ ମହାନ୍ତି, ସ୍ଵର୍ଣ୍ଣ ପଣ୍ଡା, ବିପିନ ବିହାରୀ ସ୍ୱାଇଁ, ଗାନ୍ଧୀ ଚୌଧୁରୀ, ବୀଣାପାଣି ଚୌଧୁରୀ, ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ଲାବଣ୍ୟନେନ୍ଦୁ ମହାନ୍ତି, ଅଶୋକ ବଳ ପ୍ରମୁଖଙ୍କ ସହ ପରିଷର ଅନ୍ୟ ସଦସ୍ୟମାନେ ଭରଚୁଆଲ ମୋଡ଼ରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
Comments are closed.