Latest Odisha News

BREAKING NEWS

କବିତା : ଚାଳଘର

ଡମ୍ବରୁଧର ବେହେରା 

ଦୁଇଟି ଚାଳଘର
ଘର ଉପରେ ଆକାଶ
ଚାଳଘର କୋଣରେ
ଚୁଳିଆ ଚଢେଇର ବସା,
ଶାବକ ଆସି ଅଣ୍ଡା ଦେଇ
ପୁଣି ବଡ଼ ହେଇ ଉଡିଯିବା ପରେ
ଗୋଟେ ସଫେଦ ଗୋଲାକୃତ
ଆଙ୍କିଦେଲା ପରେ
ତମକୁ ଦେଖେଇ କହିଲି
ଦେଖ “ମଲା ଜହ୍ନ” ବଢିଆ ହେଇଛି ନା ?
ତମେ ଅବିକଳ ସେମିତି ଆଙ୍କିଲ ଓ କହିଲ
‘ସୁନ୍ଦର ପୁନେଇଁ ଜହ୍ନ !’

କୁନି କୁନି ପିଲା ଦୁଇଟି
ଚାଳ ଘର ଫାଙ୍କଦେଇ
ଝରି ପଡ଼ୁଥିବା ଗୋଳିଆ ପାଣିରେ
ଖେଳୁଥିବା ବେଳେ
ମୁଁ କହିଲି, ‘ ଦେଖ କେମିତି ବର୍ଷା ପାଣି ବହେ ‘
ତମକୁ କେମିତି ଲାଗିଲା? ‘
ତମେ ବି ମୋ ଭଳି ଭାବ ବିଭୋର ହୋଇ କହିଲ, ‘ଦେଖ,
ବର୍ଷା ଋତୁରେ ,ବର୍ଷା ବେଳେ
ଚାଳ ଆଖିରୁ ଲୁହ ଗଡିଲା ଭଳି
ବର୍ଷା ପାଣି ବହେ ।
ଏଇ ଶୁଣ ! ଏ ତମ ମଲା ଜହ୍ନ ନୁହେଁ
ସୁନ୍ଦର ଆମ ପୁନେଇଁ ଜହ୍ନ ।।

ଗଞ୍ଜାମ(ଓଡ଼ିଶା)
ସମ୍ପର୍କ – ୯୪୩୭୭୮୮୪୬୪

Leave A Reply

Your email address will not be published.