Latest Odisha News

BREAKING NEWS

ଟିକା ନେଲା ପରେ ବି ରାଜ୍ୟରେ ୧୬,୯୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଟିକା ନେଲା ପରେ ବି ୧୬,୯୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ଟିକା ନେଇଥିବା ମୋଟ ୧୬,୯୬୦ (୦.୧୩) ପ୍ରତିଶତ ଲୋକ ଓଡିଶାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ରାଜ୍ୟର ୧ କୋଟିରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୨୪ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ ପାଇଛନ୍ତି।

ପ୍ରଥମ ଡୋଜ ନେବା ପରେ ୯୧୫୪ (୦.୦୯) ପ୍ରତିଶତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ପରେ ୭୮୦୬ (୦.୩୧) ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡିଛି।

Comments are closed.