Latest Odisha News

BREAKING NEWS

୧୩ ଅଗଷ୍ଟରେ ରିଲିଜ ହେବ ଅଜୟଙ୍କ ଭୂଜ:ପ୍ରାଇଡ ଅଫ ଇଣ୍ଡିଆ

ମୁମ୍ବାଇ: ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷୀତ ଭୂଜ: ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ମଙ୍ଗଳବାର ଘୋଷଣା କରାଯାଇଛି । ଓଟିଟି ପ୍ଲାଟଫର୍ମରେ ଏହା ୧୩ ଅଗଷ୍ଟରେ ରିଲିଜ ହେବ । ଡିଜନୀ ପ୍ଲସ ହଟଷ୍ଟାରରେ ଦର୍ଶକମାନେ ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମକୁ ଉପଭୋଗ କରିପାରିବେ ।

ସେ ସମୟର ଭୂଜ ଏୟାରବେସର ସ୍କ୍ୱାର୍ଡନ ଲିଡର ବିଜୟ କାର୍ଣ୍ଣିକଙ୍କ ଜୀବନୀ ଉପରେ ଏହା ଆଧାରିତ । ଅଜୟ ଦେବଗାନଙ୍କ ସହ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ସଞ୍ଜୟ ଦତ ଅଭିନୟ କରୁଛନ୍ତି । ଭିଏଫଏକ୍ସ ବାବଦକୁ ୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଭିଷେକ ଦୁଧେୟା ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.