Latest Odisha News

BREAKING NEWS

ରାଜ୍ୟରେ ୧୬୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୦ ହଜାର ଟପିଲା ପଜିଟିଭ୍ କେସ୍

ଭୁବନେଶ୍ୱର: ଜୁଲାଇ ପରେ ଅଗଷ୍ଟରେ ବି ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ପଜିଟିଭ୍ କେସ୍ ୪୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧ହଜାର ୬୯୯ ନୂଆ ଭୂତାଣୁ ସଂକ୍ରମିତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧ ହଜାର ୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୨୬ଟି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୧୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ପଜିଟିଭ କେସ ବାହାରିଥିବା ବେଳେ ଖୋର୍ଦ୍ଧାରୁ ୨୨୦, କଟକରୁ ୧୦୫, ସମ୍ୱଲପୁରରୁ ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାଓ୍ୱାରୀ ପଜିଟିଭ୍ କେସ୍
ଗଞ୍ଜାମ- ୨୬୮, ଖୋର୍ଦ୍ଧା- ୨୨୦, କଟକ- ୧୦୫, ସୁନ୍ଦରଗଡ଼- ୧୭୮
ସମ୍ୱଲପୁର- ୧୦୧, ବରଗଡ଼- ୮୧, ମାଲକାନଗିରି- ୭୨, କନ୍ଧମାଳ- ୭୪,
ଭଦ୍ରକ- ୬୬, ପୁରୀ- ୬୭, ଗଜପତି- ୫୯, କେନ୍ଦୁଝର- ୫୬, ଯାଜପୁର- ୪୧
କୋରାପୁଟ- ୪୧, କଳାହାଣ୍ଡି- ୩୦, ମୟୂରଭଞ୍ଜ- ୨୭, କେନ୍ଦ୍ରାପଡ଼ା- ୨୭
ଢେଙ୍କାନାଳ- ୨୭, ନୟାଗଡ଼- ୨୫, ବଲାଙ୍ଗିର- ୨୧, ରାୟଗଡ଼ା- ୧୯,
ବାଲେଶ୍ୱର- ୧୭, ଅନୁଗୋଳ- ୧୭, ଜଗତସିଂହପୁର- ୧୬, ନବରଙ୍ଗପୁର- ୧୬,
ଝାରସୁଗୁଡ଼ା- ୧୦, ସୋନପୁର- ୧୦, ବୌଦ୍ଧ-୮, ନୂଆପଡ଼ା- ୩

 

Leave A Reply

Your email address will not be published.