Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଗୁଳିରେ ଟଳିଲେ ଆଉ ଜଣେ ବିଜେପି ସରପଞ୍ଚ

ଜମ୍ମୁ କଶ୍ମୀର: ଦକ୍ଷିଣ କଶ୍ମୀରର କୁଲଗାମରେ ଗୁଳି କରି ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।

ମୃତ ସରପଞ୍ଚଙ୍କ ନାଁ ସଜ୍ଜାଦ ଅହମ୍ମଦ । ଘର ଆଗରେ ଆଜି ସକାଳେ ତାଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।

ଗତ ୪୮ ଘଣ୍ଟା ଭିତରେ ଜମ୍ମୁ କଶ୍ମୀରରେ ସରପଞ୍ଚଙ୍କୁ ଆତଙ୍କବାଦୀ ଗୁଳି କରିବା ଦ୍ୱିତୀୟ ଘଟଣା । ଗତ ୪ ତାରିଖ ସନ୍ଧ୍ୟାରେ ଅଖରାନରେ ଜଣେ ବିଜେପି ସରପଞ୍ଚଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।

Leave A Reply

Your email address will not be published.