Latest Odisha News

BREAKING NEWS

ଏକା ସାଙ୍ଗରେ ୧୭ ସିଆରସିସିଙ୍କ ଇସ୍ତଫା, କାରଣ ଅସ୍ପଷ୍ଟ…

ବ୍ରହ୍ମପୁର: ଏକା ସାଙ୍ଗରେ ଇସ୍ତଫା ଦେଇଛନ୍ତି ୧୭ ସିଆରସିସି (କ୍ଲଷ୍ଟର୍ ରିସୋର୍ସ ସେଣ୍ଟର୍ କୋଅର୍ଡିନେଟର୍) । ଆଜି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧୀନ ସମସ୍ତ ୧୭ ଜଣ ସିଆରସିସି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ ପତ୍ର ଦେଇଥିବା ଜଣାଯାଇଛି ।

ତେବେ ଇସ୍ତଫା ଦେବା ପଛର ମୂଳ କାରଣ ଜଣା ପଡିନଥିବାବେଳେ, ସରକାରଙ୍କ କାର୍ଯ୍ୟକ୍ରମ ସହ ଶିକ୍ଷାଦାନ, ଶିକ୍ଷା ପ୍ରଶାସନର ଅତିରିକ୍ତ କାମରେ ଅତିଷ୍ଠ ହୋଇ କାର୍ଯ୍ୟରୁ ଅବ୍ୟାହତି ଆବେଦନ କରିଥିବା କୁହାଯାଉଛି ।

ଅନ୍ୟପଟେ, ଅବ୍ୟାହତି ଆବେଦନ କଥାକୁ ଜିଲ୍ଲା ଶିକ୍ଷା ବିଭାଗର ଜଣେ ଅଧିକାରୀ ସ୍ୱୀକାର କରିଛନ୍ତି । କାର୍ଯ୍ୟ ଚାପ ନୁହେଁ, ଏହି ଆବେଦନ ପଛରେ ଭିନ୍ନ କାରଣ ରହିଥିବା ସେ କହିଛନ୍ତି । ଦୈନନ୍ଦିନ କାର୍ଯ୍ୟ, ଅଫିସ୍ ରେକର୍ଡ, ବ୍ୟୟ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ ସଂକ୍ରାନ୍ତୀୟ କାର୍ଯ୍ୟକଳାପକୁ ନେଇ ଅବ୍ୟାହତି ଆବେଦନ କରିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.