Latest Odisha News

BREAKING NEWS

Mysterious death Of Terrorist in Pak: ଭୟରେ ଥରୁଛି ପାକିସ୍ତାନ, ସଫା ହେଉଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ସଫା ହେଉଛନ୍ତି ଆତଙ୍କବାଦୀ

ଅଣ୍ଟି ଛୁରୀ ଏବେ ତଣ୍ଟି କାଟୁଛି

ଦିନେ ଆତଙ୍କବାଦୀଙ୍କୁ ନିଜର ଅସ୍ତ୍ର କରିଥିଲା

ଏବେ ନିଜେ ଆତଙ୍କରେ ଥରୁଛି ପାକିସ୍ତାନ

ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସିଛି। ତଥାପି, ଏହା ଏବେ ନିଜେ ଆତଙ୍କବାଦର ଜାଲରେ ଫସି ଫସି ଯାଉଛି। ପାକିସ୍ତାନର ଅନେକ ସହରରେ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖାଯାଇଛି। ଲସ୍କର-ଏ-ତୈବା (LeT) ର ସହ-ପ୍ରତିଷ୍ଠାତା ମୌଲାନା ଆମିର ହମଜାଙ୍କୁ ପାକିସ୍ତାନର ଲାହୋରର ପେକୋ ରୋଡ୍ ଅଞ୍ଚଳରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଭାରତ ଏହି ସଂଗଠନକୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଛି। ହେଲେ ଏବେ କିଛି ଅଜ୍ଞାତ ଆକ୍ରମଣକାରୀମାନେ ପାକିସ୍ତାନରେ କାର୍ଯ୍ୟ କରୁଥିବା ଏହି ଆତଙ୍କବାଦୀମାନଙ୍କ ପାଇଁ ବିପଦ ପାଲଟିଛନ୍ତି।

ଭାରତ ଦ୍ୱାରା ମୋଷ୍ଟ ୱାଣ୍ଟେଡ୍ ଭାବରେ ନିର୍ଣ୍ଣୟ କରାଯାଇଥିବା ବହୁ ସଂଖ୍ୟକ ଆତଙ୍କବାଦୀ ଏବଂ ଲସ୍କର-ଏ-ତୈବା (LeT), ଜୈଶ-ଏ-ମହମ୍ମଦ (JeM), ଏବଂ ହିଜବୁଲ ମୁଜାହିଦ୍ଦିନ (HM) ଭଳି ଗୋଷ୍ଠୀର ବରିଷ୍ଠ କମାଣ୍ଡରମାନଙ୍କୁ ପାକିସ୍ତାନ କିମ୍ବା ପାକ୍ ଅଧିକୃତ କାଶ୍ମୀରରେ ନିପାତ କରାଯାଇଛି। ଗତ ମାସରେ, ମହମ୍ମଦ ତାହିର ଅନୱରଙ୍କର ପାକିସ୍ତାନରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ସେ ଜୈଶ-ଏ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କ ବଡ଼ ଭାଇ ଥିଲେ। ସେ ଜୈଶ-ଏ-ମହମ୍ମଦରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଆତଙ୍କବାଦୀ ସଂଗଠନର କାର୍ଯ୍ୟରେ ସକ୍ରିୟ ଭାବରେ ସାମିଲ ଥିଲେ।

ସେହିପରି ଗତ ବର୍ଷ ମାର୍ଚ୍ଚ ମାସରେ, ଲସ୍କର-ଏ-ତୈବା ଆତଙ୍କବାଦୀ ଅବୁ କତାଲ ତଥା କତାଲ ସିନ୍ଧୀଙ୍କୁ ମଧ୍ୟ ପାକିସ୍ତାନର ସିନ୍ଧର ଝେଲମରେ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରିଥିଲେ। ସେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେହିପରି

ମିଆଁ ମୁଜାହିଦ ନାମରେ ଜଣାଶୁଣା ଖ୍ୱାଜା ଶାହିଦ ଲସ୍କର-ଏ-ତୈବାର ଜଣେ ବରିଷ୍ଠ କମାଣ୍ଡର ଥିଲେ। ନଭେମ୍ବର ୨୦୨୩ ରେ ପାକିସ୍ତାନ ଅଧିକୃତ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ତାଙ୍କର ମୁଣ୍ଡବିହୀନ ମୃତଦେହ ମିଳିଥିଲା। ତାଙ୍କୁ ବି କେହି ଅଜ୍ଞାତ ବନ୍ଧୁକଧାରୀ ଟଙ୍କା ନିଜ ଘରୁ ଉଥେଇନେଇଥିବାର ଅଭିଯୋଗ ହୋଇଥିଲା। ତଥାପି, ଏହି ଅଜ୍ଞାତ ଆକ୍ରମଣକାରୀମାନେ କିଏ ତାହା କେହି ବି ଜାଣିନାହାଁନ୍ତି। ଆଉ ୨୦୨୩ ପରଠାରୁ ଏପରି ହତ୍ୟାକାଣ୍ଡର ବୃଦ୍ଧି ଘଟିଛି, ଆଉ ଏଥିରେ ସାତ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଯାହା ଏବେ ପୁରା ପାକିସ୍ତାନରେ ଭୟର ବାତାବରଣ ଖେଳାଇଛି। ପ୍ରତିଦିନ ଆଭ୍ୟନ୍ତରୀଣ ଆକ୍ରମଣ ସାଧାରଣ ଜୀବନକୁ ବି ଅସ୍ତ୍ୟବ୍ୟସ୍ତ କରିଛି।

Leave A Reply

Your email address will not be published.