Latest Odisha News

BREAKING NEWS

ଜୁଲାଇ ୧୦ ଯାଏଁ ଓଡିଶା ହାଇକୋର୍ଟ ବନ୍ଦ

କଟକ: ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଓଡିଶା ହାଇକୋର୍ଟ ବନ୍ଦ ରହିବ। ଏନେଇ ରେଜିଷ୍ଟ୍ରାର ଦ୍ୱାରା ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।

କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ଜୁଲାଇ ୭ ଯାଏଁ ଥିବା ସଟଡାଉନ ଅବଧିକୁ ଜୁଲାଇ ୧୦ ଯାଏଁ ବୃଦ୍ଧି କରାଯାଇଛି । ଏଭଳି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଜୁଲାଇ ୧୦ ଯାଏଁ ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି।

ଜୁଲାଇ ୯ ଏବଂ ୧୦ ତାରିଖରେ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଛି। ଏଥିସହିତ ଚଳିତ ସପ୍ତାହ ପାଇଁ ପ୍ରକାଶ ପାଇଥିବା ବେଞ୍ଚ ଓ କନଷ୍ଟିଚ୍ୟୁସନ୍‌, ଆସାଇନମେଣ୍ଟ ଓ କଜ୍ ଲିଷ୍ଟ ସବୁ ସ୍ଥଗିତ ରଖାଯାଇଛି ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି । ଆହୁରି ମଧ୍ୟ ଜୁଲାଇ ୧୩ ରୁ ଆରମ୍ଭ ହେବାକୁ ଥିବା ସପ୍ତାହ ପାଇଁ ବେଞ୍ଚ କନଷ୍ଟିଚ୍ୟୁସନ୍‌, ଆସାଇନମେଣ୍ଟ ଏବଂ କଜ୍ ଲିଷ୍ଟ ସମ୍ପର୍କିତ ସୂଚନା ଜୁଲାଇ ୧୧ରେ ପ୍ରକାଶ ପାଇବ ।

Leave A Reply

Your email address will not be published.