ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଛି । ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି ।
ବନ୍ୟାରେ ପ୍ରାୟ ୧୭ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ସେଗୁଡିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ।
୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମରେ ୧୪ ଲକ୍ଷ ୩୨ ହଜାର ୭୦୧ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୫ ହଜାର ୭୨୩ ଜଣ ଲୋକ ଏବେବି ପାଣି ଘେରରେ ଅଛନ୍ତି । ସେହିପରି ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି । ସେହିପରି ୧ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ୧୧ଟି ଜିଲ୍ଲାର ୧୦୭ଟି ରୋଡ୍ ବିଛିନ୍ନ ହୋଇଛି । ୫ଟି ଜିଲ୍ଲାରେ ୩୨ଟି ଘାଇ ସୃଷ୍ଟି ହୋଇଛି । ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ ୪୫ଟି ମେଡିକାଲ ଟିମ୍ ମୁତୟନ କାରାଯାଇଛି । ୪୨ଟି ଭେଟନାରୀ ଟିମ୍ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେହିପରି ବନ୍ୟା ମୁକାବିଲା ପାଇଁ ୨୫୪ ଟି ବୋଟ୍କୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି । ୧୪ ଏନ୍ଡିଆର୍ଏଫ୍, ୧୭ଟି ଓଡ୍ରାଫ ଏବଂ ୨୨ଟି ଅଗ୍ନିଶମ ବାହୀନି ମୁତୟନ ହୋଇଛନ୍ତି । ଏନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି ।
Comments are closed.