Latest Odisha News

କାହା ପ୍ରତି ଭୟଭୀତ କଙ୍ଗନା ରଣାୱତ ?

ମୁମ୍ବାଇ: ପୁଣିଥରେ ମୁମ୍ବାଇ ପୋଲିସକୁ ନେଇ ନିଜ ମତ୍ତ ରଖିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସକୁ ହିଁ ରହସ୍ୟମୟ କରିଥିଲା । ଏ କଥା କଙ୍ଗନା ବହୁବାର କହିଆସିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଭେଦିବା ପାଇଁ କଙ୍ଗନା ପ୍ରଥମରୁ ହିଁ ସାମ୍ନାକୁ ଆସିଛନ୍ତି । ଏପରିକି ଅନେକ ବଡବଡ ବଲିଉଡ ଷ୍ଟାରଙ୍କ କାରାନାମା ବଖାଣିବା ସହ ସେ ମୁମ୍ବାଇ ପୋଲିସ ପ୍ରତି ଭୟଭୀତ ଥିବା ପ୍ରକାଶ କରିଛନ୍ତି ।

ବଲିଉଡ ମାଫିଆ ଓ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସର ଅବାଧ କାରବାର ହେଉଥିବା ନେଇ କଙ୍ଗନା ରୋକଠୋକ ଦାବି କରିଥିଲେ । ଏପରିକି ସେ ଏମିତି ବି କହିଥିଲେ ଯେ, ଯଦି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନଜର ପକାଇବ, ତେବେ ଅନେକ ଆଗଧାଡିର କଳାକାର ନାଁ ସାମ୍ନାକୁ ଆସିବ ।

ଏପରି ବୟାନ ପରେ ଅନେକ ଲୋକ କଙ୍ଗନାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରି ସ୍ଥିତିରେ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲେଚନା କରି ସୋସିଆଲ୍ ମିଡିଆରେ ଏକ ଟୁଇଟ୍ କରିଛନ୍ତି । କଙ୍ଗନାଙ୍କ ଟୁଇଟ୍ ଅନୁଯାୟୀ “ବଲିଉଡ ମୁଭି ମାଫିଆ ଓ ଗୁଣ୍ଡାଙ୍କ ଅପେକ୍ଷା ସେ ମୁମ୍ବାଇ ପୋଲିସ ପ୍ରତି ଅଧିକ ଭୟଭୀତ । ସେ ହିମାଚଳପ୍ରଦେଶ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ସୁରକ୍ଷାବଳ ନେବାକୁ ଚାହିଁବେ । ହେଲେ ମୁମ୍ବାଇ ପୋଲିସକୁ ସେ ଦୂରୁ ଜୁହାର କରିଛନ୍ତି” ।

Leave A Reply

Your email address will not be published.