Latest Odisha News

BREAKING NEWS

ଝାରସୁଗୁଡ଼ାରେ ଜଣେ ସଂକ୍ରମିତ ବାଣ୍ଟିଲେ ୧୭ଜଣଙ୍କୁ କରୋନା

ଝାରସୁଗୁଡ଼ା: ଜନ୍ମଦିନ ଓ ବିବାହ ବାର୍ଷିକୀ ପାର୍ଟିରେ ସାମିଲ ଝାରସୁଗୁଡ଼ା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ୧୭ ଜଣଙ୍କୁ ବାଣ୍ଟିଛନ୍ତି କରୋନା । ଗତକାଲି ଜିଲ୍ଲାରୁ ୨୫ ପଜିଟଭ କେସ ବାହାରିଥିଲା । ଏମାନଙ୍କ ଭିତରୁ ୧୭ ଜଣ ଥିଲେ କେବଳ ତିନିଟି ପରିବାରର ସଦସ୍ୟ । ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି, ସେମାନେ ଗୋଟିଏ ବିବାହ ବାର୍ଷିକୀ ଓ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ । ଯେଉଁଠି ଜଣେ କରୋନା ପଜିଟିଭ ମହିଳା ବି ଯାଇଥିଲେ ।

ମହିଳା ଜଣଙ୍କ ନିକଟରେ ଗୁରୁଗାଁରୁ ଫେରିଥିଲେ । ଜୁନ୍ ୧୪ ତାରିଖରେ ମହିଳା, ତାଙ୍କ ସ୍ୱାମୀ ଓ ପୁଅଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ମହିଳା ବ୍ରଜରାଜନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ୧୪ ଦିନ ହୋମ୍ ଆଇସୋଲେସନରେ ରହିବା କଥା । କିନ୍ତୁ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ନିଜ ପୁଅ ପାଇଁ ଜନ୍ମଦିନ ପାର୍ଟି ରଖିଥିଲେ । ଯେଉଁଥିରେ ତାଙ୍କର ସମ୍ପର୍କୀୟମାନେ ଯୋଗ ଦେଇଥିଲେ । ପରେ ସେ ଜଣେ ସମ୍ପର୍କୀୟଙ୍କ ବିବାହ ବାର୍ଷିକୀ ଉତ୍ସବକୁ ଯାଇଥିଲେ ।

ତିନିଟି ପରିବାରର ୧୭ ଜଣ ସଂକ୍ରମିତ ହେବା ପରେ ମହିଳା ରହୁଥିବା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Leave A Reply

Your email address will not be published.