Latest Odisha News

BREAKING NEWS

ନୂଆଦିଲ୍ଲୀ: କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ କରୋଲବାଗ ନିକଟବର୍ତ୍ତୀ ଅର୍ପିତ ପ୍ୟାଲେସ୍ ନାମକ ଏକ ହୋଟେଲରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଏହି ଅଗ୍ନିକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଛୋଟ ଶିଶୁ  ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ କୌଣସିକାରଣବଶତଃ ହୋଟେଲରେ ଆଜି ଭୋର ପ୍ରାୟ ୪ଟା ୩୦ ସମୟରେ ଉପରମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଧିରେଧିରେ ଏହି ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ଫଳରେ ହୋଟେଲ ମଧ୍ୟରେ ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ହୋଟେଲ କର୍ମଚାରୀଙ୍କ କହିବାନୁଯାୟୀ ଏହି ଅଗ୍ନିକାଣ୍ଡ ପରେ ୨ଜଣ ବ୍ୟକ୍ତି ଭୟରେ ବିଲଡିଂରୁ ତଳକୁ ଡେଇଁ ପଡିଥିଲେ, ଯାହା ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି ।

ଖବର ପାଇ ଘଟଣାସ୍ଥଳରେ ପାଖାପାଖି ୨୬ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥିସହିତ ଦୀର୍ଘ ୪ ଘଣ୍ଟା ଧରି ନିଆଁଲିଭା କାର୍ଯ୍ୟରେ ଲାଗିଥିବା ଦମକଳ ବାହିନୀ ଓ ପୋଲିସ କର୍ମଚାରୀମାନେ ପ୍ରାୟ ୩୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ହୋଟଲରୁ ଉଦ୍ଧାର କରିଛନ୍ତି ।

ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ତେବେ ଏଯାବତ୍ ଅଗ୍ନିକାଣ୍ଡ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.