Latest Odisha News

BREAKING NEWS

ଚନ୍ଦ୍ରଭାଗା: ପବିତ୍ର ମାଘସପ୍ତମୀରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ମଙ୍ଗଳବାର ଦିନ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ନିକଟରେ ଭୋର ୩ଟା ୫୦ରେ ତିନି ଠାକୁରଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ହୋଇଥିଲା। ପରବର୍ତ୍ତୀ ସମୟରେ ପାଖାପାଖି ଭୋର ୪ଟା ୧୦ ମିନିଟ ସମୟରେ ଲକ୍ଷାଧିକ ସାଧୁସନ୍ଥ ତଥା ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ।

କୋଣାର୍କ ଏନଏସି ପଡ଼ିଆରେ ସୋମବାର ରାତିରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା। ଏହାପରେ ତିନି ଠାକୁରଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଅଭିମୁଖେ ବାହାରିଥିଲେ।

ପୌରାଣିକ କଥାନୁଯାୟୀ ଏହି ଦିନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ବୁଡ଼ ପକାଇଥିଲେ । ଏଠାରେ ସେ ସୂର୍ଯ୍ୟଙ୍କୁ ଆରାଧନା କରିବା ପରେ ଆରୋଗ୍ୟ ଲାଭ କରିଥିଲେ। ଏଥିପାଇଁ ପ୍ରତିବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥାଆନ୍ତି ବୋଲି ବିଶ୍ୱାସ ରହିଛି।

ଆହୁରି ମଧ୍ୟ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗାରେ ପାଖାପାଖି ୩୦ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.