Latest Odisha News

୧୭ ରାଜ୍ୟ ଲାଗୁ କଲେଣି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥାକୁ ୧୭ ରାଜ୍ୟ ଲାଗୁ କରି ସାରିଲେଣି । ଗୋଟିଏ ଦେଶ, ଗୋଟିଏ ରାସନ ବ୍ୟବସ୍ଥା ଲାଗୁ କରିଥିବା ରାଜ୍ୟ ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ ପ୍ରଡକ୍ଟର ଅତିରିକ୍ତ ୦.୨୫ ପ୍ରତିଶତ ଋଣ ପାଇଁ ସକ୍ଷମ ହୋଇଛନ୍ତି । ରାଜ୍ୟଗୁଡ଼ିକୁ ଅତିରିକ୍ତ ୩ ହଜାର ୬୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ବଳରେ ଲାଗୁ ହୋଇଥିବା ଗୋଟିଏ ଦେଶ, ଗୋଟିଏ ରାସନ ବ୍ୟବସ୍ଥା ହିତାଧିକାରୀଙ୍କ ଲାଗି ଉଦ୍ଦିଷ୍ଟ । ଏହାଦ୍ୱାରା ରାସନ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରେ ରହି ନିଜ ରାସନ ସରକାରୀ ବିକ୍ରୟ କେନ୍ଦ୍ରରୁ ନେଇପାରିବେ । ବିଶେଷକରି ପ୍ରବାସୀ ପରିବାର ଏହାଦ୍ୱାରା ଉପକୃତ ହେବେ ।

ଏହା ପ୍ରବାସୀ ବିଶେଷ କରି ଶ୍ରମିକ, ଦିନ ମଜୁରିଆଙ୍କୁ ସାହାଯ୍ୟ କରିବ । ଯେଉଁମାନେ ଗୋଟିଏ ସ୍ଥାନର ନରହି ବାରମ୍ବାର ସ୍ଥାନ ବଦଳାଇ ଜୀବିକା ନିର୍ବାହ କରୁଛନ୍ତି ସେମାନେ ମଧ୍ୟ ଉପକୃତ ହେବେ । ଏଥିପାଇଁ ରାସନ କାର୍ଡ ସହ ଆଧାର ସଂଯୋଗ କରାଯାଇଛି । ଫଳରେ ରାସନ ବଣ୍ଟନରେ ଅନିୟମିତତା ରୋକାଯାଇ ପାରିବ । ଏହି କ୍ରମରେ ଓଡ଼ିଶାକୁ ଅତିରିକ୍ତ ୧୪୨୯ କୋଟି ମିଳିଥିବା ବେଲେ ୪ ହଜାର ୮୫୧ କୋଟି ଟଙ୍କା ପାଇଛି ଉତ୍ତରପ୍ରଦେଶ ।

Comments are closed.