Latest Odisha News

BREAKING NEWS

ଯାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲ୍ଥ ସାର୍ଟିଫିକେଟ୍, ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଭାଇରସ୍ ପାସପୋର୍ଟ ଲଞ୍ଚ୍ କଲା ଚୀନ

ବେଜିଙ୍ଗ: ଚୀନ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ହେଲ୍ଥ ସାର୍ଟିଫିକେଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବର୍ତ୍ତମାନ ଦେଶକୁ ଆସିଥିବା ଏବଂ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଖରେ ଏକ ଡିଜିଟାଲ ସାର୍ଟିଫିକେଟ ରହିବ ଯାହା ୟୁଜର୍ସଙ୍କ ଭ୍ୟାକସିନ ଷ୍ଟେଟସ ଏବଂ ଟେଷ୍ଟ ଫଳାଫଳ ଦର୍ଶାଇବ । ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚୀନ ପ୍ରଥମ ଦେଶ । ଅନ୍ୟ ଦେଶ ମଧ୍ୟ ଏହି ସାର୍ଟିଫିକେଟ ଉପରେ ବିଚାର କରୁଛନ୍ତି ।

ଏହି ସାର୍ଟିଫିକେଟ୍ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ୱିଚାଟ୍ ମାଧ୍ୟମରେ ଉପଲବ୍ଧ ହେବ । ଏହି ସାର୍ଟିଫିକେଟ କେବଳ ଚୀନ ନାଗରିକଙ୍କ ପାଇଁ ଉପଲବ୍ଧ । ବର୍ତ୍ତମାନ ଏହାକୁ ଅନିବାର୍ଯ୍ୟ କରାଯାଇନାହିଁ । ଡିଜିଟାଲ୍ ଫର୍ମାଟ୍ ଛଡା କାଗଜ ସାର୍ଟିଫିକେଟ୍ ମଧ୍ୟ ଉପଲବ୍ଧ ହେବ । ଏହାକୁ ବିଶ୍ୱର ପ୍ରଥମ ଭାଇରସ ପାସପୋର୍ଟ କହାଯାଉଛି ।

ଆମେରିକା ଓ ବ୍ରିଟେନ ଭଳି ଦେଶ ଏହି ଫର୍ମାଟ୍ ଲାଗୁ କରିବାକୁ ବିଚାର କରୁଛନ୍ତି । ୟୁରୋପୀୟନ ସଂଘ ମଧ୍ୟ ଭ୍ୟାକସିନ ‘ଗ୍ରୀନ ପାସ’ ଉପରେ କାମ କରୁଛି । ଏହା ମାଧ୍ୟମରେ ସଂଘର ସଦସ୍ୟ ଦେଶ ଓ ଅନ୍ୟ ନାଗରିକ ବିଦେଶ ଯାଇପାରିବେ । ନ୍ୟୁଜ୍ ଏଜେନ୍ସି ସିହ୍ନୁଆ ରିପୋର୍ଟ ଅନୁଯାୟୀ, ଚୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏକ QR କୋଡ୍ ସାମିଲ ହେବ ଯାହା ସବୁ ଦେଶର ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବ । ଚୀନରେ ଘରୋଇ ପାସପୋର୍ଟ ଓ ଅନ୍ୟ ସାର୍ବଜନିକ ସ୍ଥାନରେ ପ୍ରବେଶ ପାଇଁ ୱିଚାଟ୍ ଓ ଅନ୍ୟାନ୍ୟ ଚାଇନିଜ ସ୍ମାର୍ଟଫୋନ ଆପରେ ଥିବା QR କୋଡ୍ ଆବଶ୍ୟକ ହୋଇଥାଏ ।

ଚୀନରେ ଏବେ ସୁଦ୍ଧା ୯୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେଥିରୁ ୪ ହଜାର ୬୩୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆମେରିକା ଏବେ ବି ଦୁନିଆର ସବୁଠାରୁ ଅଧିକ ପ୍ରଭାବିତ ଦେଶ ରହିଛି । ବିଶ୍ୱରେ ଏବେ ସୁଦ୍ଧା ମୋଟ କରୋନା ମାମଲା ୧୧ କୋଟି ୮୬ ଲକ୍ଷ ୩୮ ହଜାର ୧୧୧ ମାମଲା ରେକର୍ଡ ହୋଇଛି ।

Leave A Reply

Your email address will not be published.