Latest Odisha News

BREAKING NEWS

କ୍ୱାରେଂଟାଇନ ଶେଷ ହେବା ପରେ ଜେଲ ଗଲେ ୧୭ ଜମାତି

ଲକ୍ଷ୍ନୌ: ତବଲିଗ ଜମାତର ୧୭ ସଦସ୍ୟଙ୍କ କ୍ୱାରେଂଟାଇନ ଅବଧି ଶେଷ ହେବା ପରେ ସେମାନଙ୍କୁ ଜେଲ ପଠାଇ ଦେଇଛି । କରୋନା ଭାଇରସ ନେଇ ଭାରତରେ ଲକ୍‌ଡାଉନରେ ଥିବା ବେଳେ ଜମାତିଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଜେଲକୁ ପଠାଯିବା ପୂର୍ବରୁ ଉତ୍ତର ପ୍ରଦେଶ ବହରାଇଚ ମାଜିଷ୍ଟ୍ରେଟଙ୍କ ନିକଟରେ ୧୭ ଜମାତିଙ୍କୁ ହାଜର କରାଯାଇଥିଲା । ଏହି ଜମାତିମାନେ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ନାଗରିକ । ଭାରତକୁ ଆସି ପାସପୋର୍ଟ ଏବଂ ଭିସାର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି ।

ମୋଟ୍ ୨୧ ଜମାତିଙ୍କୁ ଉତ୍ତର ପ୍ରଦେଶ ପୁଲିସ ତାଜ ଏବଂ କୁରୈଶ ମସଜିଦରୁ ଗିରଫ କରିଥିଲା। ୨୧ ଜମାତିଙ୍କ ମଧ୍ୟରୁ ୧୭ ଜଣ ବିଦେଶୀ ଥିଲେ। ମାର୍ଚ୍ଚ ୩୧ରେ ଏମାନଙ୍କୁ ଏକାନ୍ତବାସରେ ରଖିଥିଲା ଉତ୍ତର ପ୍ରଦେଶ ପୁଲିସ। ଏ ସମସ୍ତଙ୍କର କରୋନା ପରୀକ୍ଷା ହୋଇଥିଲା। ରେଜଲ୍ଟ ନେଗେଟିଭ୍ ରହିଛି। ଲକଡାଉନ୍ ବେଳେ ଧାର୍ମିକ ସମ୍ମିଳନୀ ଓ ଏକାଠି ନହେବାକୁ ନିୟମ ରହିଛି। ହେଲେ ଏହି ସମସ୍ତ ମସଜିଦରେ ଏକାଠି ହୋଇଥିବରୁ ପୁଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ପୁଲିସ ଆଇପିସିର ଧାରା ୨୬୯, ୨୭୦, ୨୭୧ ଆଦି ଲଗାଇଛି।

Leave A Reply

Your email address will not be published.