ନୂଆଦିଲ୍ଲୀ: ଦେଶରେ ଏବେ ୧୭୦ଟି ଜିଲ୍ଲାକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ସେହିପରି ୨୦୭ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଏସବୁ ଜିଲ୍ଲା ଗୁଡିକ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ତେବେ ଏସବୁ ବାଦ୍ ମଧ୍ୟ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ ଦେଶର ସବୁ ଜିଲ୍ଲା ଗୁଡ଼ିକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯଥା ହଟସ୍ପଟ,ଅଣ-ହଟସ୍ପଟ ଓ ଗ୍ରୀନଜୋନ । ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସ୍ପି, ମୁ୍ୟନିସିପାଲ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଲବ ଅଗ୍ରୱାଲ କହିଛନ୍ତି । ହଟସ୍ପଟ ଜିଲ୍ଲାଗୁଡ଼ିକରେ ନିୟମିତଭାବେ ସଂକ୍ରମଣ ମାମଲା ସାମନାକୁ ଆସୁଛି, ଅଣ-ହଟସ୍ପଟ ଗୁଡ଼ିକରେ ଅଳ୍ପ କିଛି ମାମଲା ଦେଖାଦେଉଛି ଓ ଗ୍ରୀନ ଜୋନ ଜିଲ୍ଲାଗୁଡ଼ିକରେ କୌଣସି ମାମଲା ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶରେ ୧୧୭୩ଟି ମାମଲା ସାମ୍ନାକୁ ଆସିଛି । ଫଳରେଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧୧,୪୩୯ରେ ପହଞ୍ଚିଛି । ଏହା ମଧ୍ୟରୁ ୯୭୫୬ଟି ସକ୍ରିୟ ମାମଲା ହୋଇଥିବାବେଳେ ୩୭୭ ଜଣ ପ୍ରାଣ ହରାଇଛନ୍ତି ଓ ୧୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.