Latest Odisha News

ତାଲିବାନକୁ ସମର୍ଥନ କରିବେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନିଙ୍କ ଭାଇ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସମ୍ପୂର୍ଣ୍ଣ ରୂପେ ତାଲିବାନ ନିୟନ୍ତ୍ରଣକୁ ଗଲା ପରେ ଆଫଗାନିସ୍ତାନର ସଙ୍କଟ ବଢିବାରେ ଲାଗିଛି। ଏଭଳି ସଙ୍କଟ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି। ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ତାଲିବାନକୁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଖବର ଅନୁଯାୟୀ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘାନିଙ୍କ ଭାଇ ହାସମତ ଘନି ଅହମ୍ମଦଜାଇ ତାଲିବାନ ନେତା ଖଲିଲ-ଉର-ରେହମାନ ଏବଂ ଧାର୍ମିକ ପଣ୍ଡିତ ମୁଫତି ମହମୁଦ ଜାକିରଙ୍କ ଉପସ୍ଥିତିରେ ଏହି ଦଳକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି।

Leave A Reply

Your email address will not be published.