Latest Odisha News

BREAKING NEWS

୩୧ ଅଗଷ୍ଟ ପୂର୍ବରୁ ସରକାର ଗଠନ କରିବନି ତାଲିବାନ

କାବୁଲ: ୩୧ ଅଗଷ୍ଟ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ନ କରିବା ପାଇଁ ନିଷ୍ପତି ନେଇଛି । ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ ଚିନ୍ତା ବଢ଼ିଯାଇଛି । ଆମେରିକା ସେନା ଯିବା ପରେ ତାଲିବାନ ୩୧ ଅଗଷ୍ଟ ପରଠାରୁ ଧାର୍ମିକ ଆନ୍ଦୋଳନ ନାମରେ ଅତ୍ୟାଚାର ଆରମ୍ଭ କରିବ ।

BjdElectrycity

କେଉଁ ଢ଼ାଂଚାରେ ତାଲିବାନ ଏଠାରେ ସରକାର ଗଠନ କରିବ ସେ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହିଁ । ସେହିପରି ଆଫଗାନ ନ୍ୟାଶନାଲ ଡିଫେନ୍ସ ଓ ସୁରକ୍ଷାକର୍ମୀଙ୍କୁ ନେଇ ସେମାନଙ୍କର କଣ ଆଭିମୁଖ୍ୟ ରହିବ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.