ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୭୨୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ଏହି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି।
କେଉଁ ଜିଲ୍ଲାରୁ କେତେ ପଜିଟିଭ ଚିହ୍ନଟ ହୋଇଛନ୍ତି, ଜାଣନ୍ତୁ…
ସୁନ୍ଦରଗଡ଼ରୁ ୨୬୮, ଖୋର୍ଦ୍ଧାରୁ ୨୦୪, ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪, ବରଗଡ଼ରୁ ୯୭, ନୂଆପଡ଼ରୁ ୯୬, ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୦, କଟକରୁ ୫୮, ପୁରୀରୁ ୫୪, କେନ୍ଦୁଝରରୁ ୫୩, ଷ୍ଟେଟ ପୁଲରୁ ୪୬, ଅନୁଗୁଳ ଓ ଝାରସୁଗୁଡ଼ାରୁ ୪୩ ଜଣ ଲେଖାଏଁ, ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ରାୟଗଡ଼ାରୁ ୩୫, ଗଜପତିରୁ ୧୪, ସୋନପୁରରୁ ୧୩, ଭଦ୍ରକରୁ ୧୧, ଜଗତସିଂହପୁର, କୋରାପୁଟ, ଦେବଗଡ ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, କନ୍ଧମାଳରୁ ୮, ନୟାଗଡ଼ରୁ ୭, ବୌଦ୍ଧରୁ ୫, ମାଲକାନଗିରିରୁ ୩ ଏବଂ ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୨।
ଏବେ ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨କୁ ବୃଦ୍ଧି ପାଇଥିବା ବେଳେ ଏବେ ୯୨୫୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୩ ଲକ୍ଷ ୪୦ ହଜାର ୦୬୨ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧୯୨୮ ଜଣଙ୍କ ମୃତ୍ୟୁ ହୋଇଛି ।
Comments are closed.