Latest Odisha News

BREAKING NEWS

ଆଜିଠାରୁ ରାଜ୍ୟ ବାହାରୁ ଆସିଲେ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ କଟକଣା ହେଲାଣି କଡ଼ାକଡ଼ି । ଆଜିଠାରୁ ରାଜ୍ୟ ବାହାରୁ ଓଡ଼ିଶା ଫେରିଲେ କୋଭିଡ୍ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଆଣିଲେ ଓଡ଼ିଶାରେ ପ୍ରବେଶ ଅନୁମତି ମିଳିବ । ନଚେତ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ରେଳ ଷ୍ଟେସନ, ବିମାନବନ୍ଦରରେ ଚେକିଂକି କଡ଼ାକଡ଼ି କରାଯାଉଛି । ଯାତ୍ରୀଙ୍କ ତଥ୍ୟ ରଖଯାଉଛି । ଲକ୍ଷଣ ଥିଲେ କୋଭିଡ୍ ଟେଷ୍ଟ କରାଯାଉଛି । ସେହିପରି ରାଜ୍ୟର ସମସ୍ତ ସୀମାରେ ବି କଡ଼ାକଡ଼ି କରାଯାଉଛି ଯାଞ୍ଚ ।

ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି । ବିଶେଷ କରି ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.