Latest Odisha News

୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ, ୨୫ରେ ଉପସ୍ଥାପିତ ହେବ ବଜେଟ୍‌

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି। ତେବେ ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟଟି ଜୁଲାଇ ୧୭ରୁ ଜୁଲାଇ ୨୨ ଏବଂ ଦ୍ୱିତୀୟ ପର୍ଯ୍ୟାୟଟି ଜୁଲାଇ ୨୨ରୁ ସେପ୍ଟେମ୍ବର ୧୩।

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିଛି। ଏବେ ଦୀର୍ଘ ୨୪ ବର୍ଷ ହେବ ଶାସକ ଦଳର ଭୂମିକା ଲିଭାଉଥିବା ବିଜୁ ଜନତା ଦଳ ବିରୋଧୀ ଆସନରେ ବସିବ। ଆଉ ବିରୋଧୀ ଆସନରେ ବସୁଥିବା ବିଜେପି ଶାସକ ଦଳର ଆସନରେ ବସିବ। ବିଜେଡି ବିରୋଧୀ ଭୂମିକାରେ ରହି ଲୋକଙ୍କ ସ୍ୱର ପାଲଟିବ ବୋଲି କହିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ବିରୋଧୀ ଆସନରେ ରହିବ। ଏପରି ସ୍ଥିତିରେ ସରଗରମ ହେବ ବିଧାନସଭା।

ବିଜେପି ନିର୍ବାଚନ ପ୍ରତିଶ୍ରୁତିରେ ସୁଭଦ୍ରା ଯୋଜନାଠୁ ଆରମ୍ଭ କରି ଧାନାର ଏମଏସପି ମୂଲ୍ୟ ୩୧ ଶହ ଟଙ୍କା କରିଛି। ଏପରି ସ୍ଥିତିରେ ୨୫ ତାରିଖରେ ଉପସ୍ଥାପିତ ହେବାକୁ ଥିବା ମୋହନ ସରକାରର ବଜେଟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବଜେଟ ଉପସ୍ଥାପନରୁ ହିଁ ଜଣାପଡିବ ସରକାର ଲୋକଙ୍କ ପକେଟ ଉପରେ କେତେ ବୋଝ ଦେବେ ବା ହାଲୁକା କରିବେ।

Leave A Reply

Your email address will not be published.