Latest Odisha News

BREAKING NEWS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:୧୮ ମୃତ, ୫ଗୁରୁତର ଆହତ

କୋଲକାତା: ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୮ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣ ଗୁରୁତର ଆହତ ହୋଇଛନ୍ତି । ନଦିୟା ଜିଲ୍ଲାର ହଂସଖାଲି ଫୁଲବାଡ଼ିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ, ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ମୃତଦେହ ନେଇ ଆସୁଥିବା ଏକ ମିନି ଭ୍ୟାନ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉତ୍ତର ୨୪ପରଗଣାର ବାଗଦାର ମୃତଦେହ ନେଇ ଆସୁଥିବା ଏହି ମିନି ଭ୍ୟାନରେ ଶ୍ମଶାନ ଆଡ଼କୁ ଯାଉଥିଲା । ଏଥିରେ ୨୦ରୁ ଅଧିକ ଲୋକ ଯାଉଥିଲେ । ସ୍ଥାନୀୟ ପୋଲିସ କହିବା ଅନୁଯାୟୀ, ଘନ କୁହୁଡ଼ି ଏବଂ ଦୁତ ଗତିରେ ଗାଡ଼ିଟି ଆସୁଥିବାରୁ ଏହି ଦୁର୍ଘଟଣା ହୋଇଛି । ନଦିୟା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.