Latest Odisha News

BREAKING NEWS

ବଲାଙ୍ଗିରରେ ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଗଡ଼ିଲା ନକ୍ସଲ ମୁଣ୍ଡ । ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ଗତକାଲି ରାତିରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲା । ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି ।

ମୃ ମାଓବାଦୀର ନାଁ ଶଙ୍କର । ତା ଘର ଛତିଶଗଡ଼ରେ ବୋଲି ଜଣା ପଡିଛି । ତେବେ ଏନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଜୁନାନିବାହାଲର ଜଣଙ୍କ ଘରୁ କିଛି ମାଓବାଦୀ ଆସିଥିବା ଖବର ପାଇଥିଲା ପୋଲିସ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ ।

ସୁରକ୍ଷାବାହିନୀକୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଖିଥିଲେ ସୁରକ୍ଷା ବାହିନୀ । ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି ।

Leave A Reply

Your email address will not be published.