Latest Odisha News

BREAKING NEWS

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ପୋଲ ତଳେ ଫିଙ୍ଗିଦେଲେ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ କଲ୍ୟାଣୀ ହାଟୁଆଣୀ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ୪ରୁ ୫ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଯୁବକଙ୍କୁ ପୋଲ ତଳେ ଫିଙ୍ଗି ଦେଇଥିଲେ । ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛି ।

ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଯୁବକ ଜଣଙ୍କୁ ଆକ୍ରମଣ କରିଛନ୍ତି । ଗତ ରାତିରେ ଗୋପାଳପୁର ବଜାରରୁ ଅରାଲା ଗାଁର ପ୍ରଶାନ୍ତ ନାମକ ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଉଠାଇ ଆଣିଥିଲେ । ମାଡ଼ ମାରିବା ପରେ ହାତୁଆଣିରେ ଏକ ପୋଲ ତଳକୁ ଫିଙ୍ଗି ଫେରାର୍ ହୋଇଯାଇଛନ୍ତି ଆକ୍ରମଣକାରୀ ।

Leave A Reply

Your email address will not be published.