Latest Odisha News

BREAKING NEWS

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି।

ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିଲେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି। ଏହି ଟିକାଦାନକୁ ନେଇ ଯୁବପିଢ଼ିଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

୧୮-୪୪ ବର୍ଷ ବର୍ଗଙ୍କ ପାଇଁ ଟିକା ଆସିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ୨୨ ତାରିଖ ଯାଏଁ ନୂତନ ସୂଚୀ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହି ବର୍ଗର ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଛି। ଗତ ମଙ୍ଗଳବାର ଦିନ ୩୮୦୮ ଜଣ ଯୁବପିଢ଼ି ଟିକା ନେଇଥିଲେ।

ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ କେନ୍ଦ୍ରରେ ବସିବାର ବ୍ୟବସ୍ଥା କରାଯାଇଥିଲା। ପିଇବା ପାଣିର ବ୍ୟବସ୍ଥା ସହିତ ବିଭିନ୍ନ ଘୋଷଣା ପାଇଁ ମାଇକ୍ ଲଗା ଯାଇଥିଲା। ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସେଲ୍ଫି କର୍ଣ୍ଣର କରାଯାଇଛି। ଏହି ବ୍ୟବସ୍ଥା ପାଇଁ ଯୁବପିଢ଼ି ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ୪୫ ବର୍ଷରୁ ଅଧିକ ବର୍ଗଙ୍କୁ ଟିକାଦାନ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ଏହି ବର୍ଗ ପାଇଁ ଆଗୁଆ ପଞ୍ଜୀକରଣର ଆବଶ୍ୟକତା ନାହିଁ। ସେମାନେ ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିବାକୁ ପ୍ରଶାସନ ସୂଚନା ଦେଇଛି।

Leave A Reply

Your email address will not be published.