Latest Odisha News

BREAKING NEWS

ଦୈନିକ ସଂକ୍ରମଣ ସହ ମୃତ୍ୟୁରେ ବି କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ସର୍ବାଧିକ ୧୨ ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ରାଜ୍ୟର କରୋନ ମୃତ୍ୟୁହାର ଜାତୀୟ ହାରର ୦.୮୮ ପ୍ରତିଶତ ଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଗତ ୨୪ ଘଣ୍ଟାରେ ଅନୁଗୁଳରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ମାଲକାନଗିରିରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୨ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭କୁ ବୃଦ୍ଧି ପାଇଛି । ୪ ଲକ୍ଷ ୮୨ ହଜାର ୩୪୫ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୧ ଲକ୍ଷ ୪ ହଜାର ୧୬ଟି ସକ୍ରିୟ ମାମଲା ରହିଛି । କରୋନାରେ ୨୨୭୩ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.