Latest Odisha News

BREAKING NEWS

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।

ବୁଧବାର ଚେନ୍ନାଇରେ ରାତି ପ୍ରାୟ ୧୦ଟାବେଳେ ସିକ୍ୟୁରିଟି ଗାର୍ଡ ଡି. ଶିବପ୍ରକାଶମ୍ ଫୋର୍‌ସୋର୍ ଇଷ୍ଟେଟ୍ ନାମକ ଏକ ଆପାର୍ଟମେଣ୍ଟ ବାହାରେ ମରିପଡିଥିଲେ । ମାତ୍ର ମାସକ ତଳେ ସେ କାମରେ ଯୋଗଦେଇଥିଲେ । ତେବେ ୬୮ବର୍ଷୀୟ ସିକ୍ୟୁରିଟି ଗାର୍ଡଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ ପୋଲିସ ବି ଟେର୍ ପାଇନଥିଲା ।

ଗୁରୁବାର ଦିନ ପୋଲିସ ସିସିଟିଭ ଫୁଟେଜର ଯାଂଚ କରିଥିଲା । ଶେଷରେ ସିସିଟିଭରେ ସାମ୍ନାକୁ ଆସିଥିଲା ଅସଲ ଘଟଣା । ପୋଲିସ ରିପୋର୍ଟ ଅନୁଯାୟୀ ଆପାର୍ଟମେଣ୍ଟରେ ରହୁଥିବା ଜଣେ ରିୟଲ ଇଷ୍ଟେଟ୍ ଏଜେଣ୍ଟଙ୍କ ଝିଅ ଅପର୍ଣ୍ଣା । ବୁଧବାର ରାତିରେ ସେ ନିଜ ଦାମୀ ଗାଡି ପାର୍କ କରିଥିଲେ । ହେଲେ ଅଜାଣତରେ ଶିବପ୍ରକାଶମଙ୍କୁ ଗାଡି ତଳେ ଚାପି ତାଙ୍କ ପ୍ରାଣବାୟୁ ଉଡାଇଦେଇଥିଲେ ।

ଯୁବତୀଙ୍କ ବିରୋଧରେ ମାମଲା ଦାୟର ହେବାପରେ ସେ ଗିରଫ ହୋଇଥିଲେ । ତଦନ୍ତରେ ଜଣାପଡିଛି ଯୁବତୀ ଜଣକ ଗାଡିର ଲାଇଟ୍ ବନ୍ଦ କରି ପାର୍କିଂ କରିଥିବାରୁ ଏଭଳି ଅଘଟଣ ଘଟିଥିଲା । ଅନ୍ୟପଟେ ଦିନସାରା ଡ୍ୟୁଟି କରିଥିବା ଶିବପ୍ରକାଶମ ଚାଦର ଘୋଡେଇ ହୋଇ ପାର୍କିଂରେ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.