Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ୧୮୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୧୮୧୦ ଜଣଙ୍କ ମଧ୍ୟରୁ ୭୦୦ ଜଣ ଗଞ୍ଜାମରୁ, ୨୦୨ ଜଣ ଖୋର୍ଦ୍ଧା, ୧୪୭ ଜଣ କଟକରୁ, ୧୩୬ ଜଣ ଗଜପତିରୁ, ୧୧୬ ଜଣ ଢେଙ୍କାନାଳରୁ, ୧୦୬ ଜଣ ସୁନ୍ଦରଗଡରୁ, ସମ୍ବଲପୁରରୁ ୬୨, ୫୫ ଜଣ ରାୟଗଡାରୁ, ୩୭ ଜଣ କେନ୍ଦୁଝରରୁ, ୩୪ ଜଣ ଅନୁଗୁଳ, କଳାହାଣ୍ଡିରୁ ୨୪, ୨୨ ଜଣ କୋରାପୁଟରୁ, ୨୦ ଜଣ ଯାଜପୁରରୁ, ୧୯ ବରଗଡରୁ, ୧୭ ଜଣ ବାଲେଶ୍ୱରରୁ, ୧୫ ଜଣ ବଲାଙ୍ଗିରରୁ, ୧୫ ଜଣ ମୟୁରଭଞ୍ଜରୁ, ୧୪ ଜଣ କେନ୍ଦ୍ରାପଡାରୁ, ୧୩ ଜଣ ଭଦ୍ରକରୁ, ନବରଙ୍ଗପୁରରୁ ଓ ଦେବଗଡରୁ ୧୧ ଜଣ ଲେଖାଏଁ ଏବଂ ଝାରସୁଗୁଡା, ଜଗତସିଂହପୁରରୁ ୮ ଜଣ ଲେଖାଏଁ, ୬ ଜଣ ପୁରୀରୁ, ୫ ଜଣ ବୌଦ୍ଧରୁ, ସୋନପୁରରୁ ୪, ୩ ଜଣ ମାଲକାନଗିରିରୁ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୪୨,୫୫୦ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୨୮,୬୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୨୪୭ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.