Latest Odisha News

BREAKING NEWS

ଶାହାରୁଖଙ୍କ ଆଗାମୀ ଫିଲ୍ମର ନାମ ପଠାନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମର ନାମ ହେବ ପଠାନ । ବଲିଉଡ ହଙ୍ଗାମା ରିପୋର୍ଟ ମୁତାବକ ୱାର ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏହି ମେଗା ଆକ୍ସନ ଫିଲ୍ମରେ ଶାହାରୁଖ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ୟଶରାଜ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେବ । ଏ ନେଇ କୌଣସି ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇ ନାହିଁ । ଯେତେଦୂର ସମ୍ଭବ ଫିଲ୍ମର ହିରୋଇନ ଦୀପିକା ପାଦୁକୋନ ହେବେ ।

ଲକଡାଉନ ସମୟରେ ସେ ଅନେକଗୁଡିଏ ଫିଲ୍ମର କାହାଣୀ ଶୁଣିଥିଲେ । ସେଗୁଡିକ ମଧ୍ୟରୁ ଏହି ଫିଲ୍ମ ତାଙ୍କ ବେଶ୍ ପସନ୍ଦ ଆସିଛି । ଏହା ବ୍ୟତୀତ ସେ ରାଜକୁମାର ହୀରାନୀଙ୍କ ଏକ ସୋସିଆଲ କମେଡି ଫିଲ୍ମରେ ମଧ୍ୟ ଅଭିନୟ କରିବେ । ୟଶରାଜ ବ୍ୟାନର ଶାହାରୁଖଙ୍କ ପଠାନ ଏବଂ ସଲମାନଙ୍କ ଟାଇଗର-୩ ଫିଲ୍ମକୁ ଏକତ୍ର ଘୋଷଣା କରିବା ଯୋଜନାରେ ଅଛନ୍ତି ।

Leave A Reply

Your email address will not be published.