Latest Odisha News

BREAKING NEWS

ଭାରତରେ ହେବ ୨୦୨୧ ଟି୨୦ ବିଶ୍ୱକପ କ୍ରିକେଟ

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭାରତରେ ୨୦୨୧ ଟି୨୦ ବିଶ୍ୱକପ ଆୟୋଜନ ନେଇ ଘୋଷଣା କରିଛି । ଶୁକ୍ରବାର ଆଇସିସି ଅନଲାଇନ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । କୋଭିଡ-୧୯ ମୁକାବିଲା ସହ କିପରି ଅନ୍ୟ ସିରିଜଗୁଡିକ ଆୟୋଜନ କରାଯାଇ ପାରିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ସେହିପରି ଅଷ୍ଟ୍ରେଲିଆରେ ୨୦୨୨ ଟି୨୦ ବିଶ୍ୱକପ ଆୟୋଜିତ ହେବ । ପୂର୍ବରୁ ୨୦୨୦ରେ ଅଷ୍ଟ୍ରେଲିଆ ବିଶ୍ୱକପ ଆୟୋଜିତ ହେବାର ଥିଲା । ମାତ୍ର କରୋନା ଭାଇରସ ଯୋଗୁ ଏହାକୁ ଘୁଂଚାଯିବା ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରିବା ଜରୁରୀ ହୋଇ ପଡିଥିଲା ।

Leave A Reply

Your email address will not be published.